April 29, 2026

କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନୋଟିସ କୁ ଅଣଦେଖା.ଓଏସଆରଟିସି କାମର ଅନିୟମିତତା କୁ ଘଣ୍ଟ ଘୋଡ଼େଇବା ପାଇଁ ଦିତ୍ୱୀୟ ଥର ଶୁଭାରମ୍ଭ ..

IMG-20251108-WA0029
Share

 

 

କୋଟପାଡ଼. କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯାଳୟ ସମୁଖ ରେ ଚାଲିଛି ଓଏସ ଆରଟିସି ର ନିମ୍ନ ମାନର କାମ. ପରିଷଦର ନୋଟିସ କୁ ମଧ୍ୟ ବେ ଖାତିର କରି ଠିକାଦାର ଯନ୍ତ୍ରୀଙ୍କ ଅନୁ ପସ୍ଥିତି ରେ ଚାଲିଛି କାମ.ତେଣୁ ଜୁନ ମାସ ରେ ପରିଷଦ ର ନୋଟିସ କୁ ଅଣ ଦେଖା କରି ମନ ଇଚ୍ଛା କାମ ଚାଲି ଥିବାରୁ ଜୁଲାଇ ମାସ ଚଉଦ ତାରିଖରେ ଉପାନ୍ତ ଖବର ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଜନ ପ୍ରତିନିଧି ମାନେ ଅବଗତ ହୋଇ ଥିଲେ ପରେ କାମ ଦୁଇ ମାସ ରୁ ଉର୍ଦ୍ଧ ଦିନ ବନ୍ଦ ରହି ଥିଲା.କୌଣସି ଜନ ପ୍ରତିନିଧି ଙ୍କୁ ଅବଗତ ନ କରାଇ ବିନା ସୂଚନା ଫଳକ ରେ ଆରମ୍ଭ ହୋଇଥିଲା ଓଏସଆରଟିସି ର କାମ ସୂଚନା ଅନୁଯାୟୀ ଉକ୍ତ କାମରେ ସାଇଟ ପ୍ଲାନ.ବିଲଡିଂ ପ୍ଲାନ.ଘରଵାରି ଏବଂ ଭୁଲେଖ ଠାରୁ ଆର ଅ ଆର ଇତ୍ୟାଦି ସମସ୍ତ କାଗଜ ପତ୍ର ଏନ ଏ ସି କୁ ପ୍ରଦାନ କରିବା ପାଇଁ ଡ଼ିଟିଏମ ଓଏସଆରଟିସି ଙ୍କୁ ଜୁନ ମାସ ଛଅ ତାରିଖ ଦିନ ପରିଷଦ ପକ୍ଷ ରୁନୋଟିସ ଦିଆ ଯାଇଛି. କିନ୍ତୁ ଏହି ନୋଟିସ କୁ ଅଣ ଦେଖା କରା ଯାଇ କାମ ଆରମ୍ଭ ହୋଇଥିବାରୁ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି.ଏନଏସି ଏବଂ ବ୍ଲକ କାମରେ ଯନ୍ତ୍ରୀ ଏବଂ ମେଟ ମାନେ ଛୋଟିଆ କାମକୁ ଜଗି ରହୁଛନ୍ତି କିନ୍ତୁ କୋଟାଧିକ ଟଙ୍କାର କାମ କୁ କେବଳ ଶ୍ରମିକ ଓ ମିସ୍ତ୍ରୀ ଙ୍କ ହାତ କୁ ଦାଇତ୍ୱ ଦିଆଯାଇଛି ତେଣୁ କୋର୍ଟ ର ଆଶ୍ରୟ ନେବାକୁ ହବ ବୋଲି ସ୍ଥାନୀୟ କେତକ ଠିକାଦାର ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ୍ତ ରେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରି ଥିବାର ଜଣାଯାଇଛି.ଏହି କାମ ର ଅନିୟମିତତା କୁ ଘଣ୍ଟ ଘୋଡେଇବା ପାଇଁ ଦ୍ୱିତୀୟ ଥର ଶୁଭାରମ୍ଭ ସ୍ଥାନୀୟ ବିଧାୟକ ରୁପୁ ଭତରା ଏବଂ ଏନଏସି ଅଧକ୍ଷ ଏମ ସଙ୍କର ରାଓ ନାଇଡୁ ଙ୍କ ଦ୍ୱାରା ହୋଇଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇଯାଇ ଥିବାର ଜଣା ଯାଇଛି.ଏ ସମ୍ପର୍କରେ ମେଟ ସନ୍ଦୀପ ସାମଲ ଙ୍କୁ ପଚାରିବାରୁ ସାତ ମାସ ହେବ ଭି ସି ଜରିଆରେ ଶୁଭାରମ୍ଭ ହୋଇସାରିଛି। କାମ ଆରମ୍ଭ ହୋଇଥିଲା ଗଣ ମାଧ୍ୟମ ରେ ପ୍ରକାଶ ପାଇବାରୁ ଏବେ ଶୁଭାରମ୍ଭ କରା ଯାଇଛି ଖୁବ ଶୀଘ୍ର ସୂଚନା ଫଳକ ଲଗା ଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଥିବାର ଜଣାଯାଇଛି.ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସି ଦାବି କରିଥିବା ଜଣାଯାଇଛି I ଏ ନେଇ ଏନ ଏ ସି ର ମୁଖ୍ୟ ସହାୟକ ଶ୍ରୀ ଗୋପୀ ମାଝୀ ଏବଂ କନିଷ୍ଠ ସହାୟକ ଦେୱାନ ମୁର୍ମୁ ଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ସୁଦ୍ଧା କୌଣସି କାଗପତ୍ର ଆମ କାର୍ଯଳୟ କୁ ହସ୍ତ ଗତ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.