March 12, 2026

ସହକାରୀ ବନପାଳଙ୍କ ସରକାରୀ ବାସ ଭବନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରୀ..

IMG-20251108-WA0002
Share

 

.କୁଜଙ୍ଗରେ ଘଟିଛି ଏକ ଚାଞ୍ଚଲ୍ୟ କର ଘଟଣା।ଚୋରୀ ତ ଚୋରୀ ସିନା ଚୋରୀ।କୁଜଙ୍ଗ ସହକାରୀ ବନପାଳଙ୍କ ସରକାରୀ ବାସ ଭବନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୨ହଜାର ଟଙ୍କା ଚୋରୀ କରିନେଲେ ଦୁର୍ବୃତ୍ତ ମାନେ।ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ବନ୍ୟାଞ୍ଚଳ ସହକାରୀ ବନପାଳଙ୍କ ସରକାରୀ ବାସ ଭବନରେ।ତେବେ ଗତ ୩୧/୧୦/୨୦୨୫ରିଖ ଶୁକ୍ରବାର ଦିନ ସହକାରୀ ବନପାଳଙ୍କ ପୁଅ ଦେହ ଅସୁସ୍ଥତା ହେତୁ ବିଷ୍ଣୁପ୍ରିୟା ଲେଙ୍କା ଛୁଟିରେ ନିଜ ଘରକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସରକାରୀ ବାସ ଭବନରେ ପଶୀ ୧୫ଗ୍ରାମର ମଙ୍ଗଳ ସୂତ୍ର,୧୨ଗ୍ରାମର ସୁନା ଚେନ୍ ଓ ନଗଦ ୨୨ହଜାର ଟଙ୍କା ତାଲା ଭାଙ୍ଗି ଗଡରେଜ୍ ଭିତରୁ ନେଇଯାଇଛି।ଯାହାକୁ ନେଇ କୁଜଙ୍ଗ ସହକାରୀ ବନପାଳ ବିଷ୍ଣୁ ପ୍ରିୟା ଲେଙ୍କା ସ୍ଥାନୀୟ କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ଚୋରୀ କରିଥିବା ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ଆସାମୀକୁ ଗିରଫ କରିବାରେ ବିଫଳ ହୋଇଛି କୁଜଙ୍ଗ ପୁଲିସ।ଯାହାକୁ ନେଇ କୁଜଙ୍ଗ ବନାଞ୍ଚଳ ଅଧିକାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।ତେବେ କୁଜଙ୍ଗ ଥାନା ଠାରୁ ୩ସହ ମିଟର ଦୂରତାରେ କୁଜଙ୍ଗ ଥାନା ଥିବା ବେଳେ କିପରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରୀ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଥିସହିତ ୯୯ପଞ୍ଚାୟତକୁ ନେଇ ଏହି କୁଜଙ୍ଗ ବନାଞ୍ଚଳକୁ ଭରଷା କରୁଥିବା ବେଳେ ଖୋଦ୍ କୁଜଙ୍ଗ ବନାଞ୍ଚଳ କାର୍ଯ୍ୟାଳୟରେ ସିଶୀ କ୍ୟାମେରା ଲଗାଯାଇନାହିଁ ଓ ରାତ୍ରୀ ଜଗୁଆଳ କି ସ୍ଥାନୀୟ କୁଜଙ୍ଗ ଥାନା ପକ୍ଷରୁ କୌଣସି କର୍ମଚାରୀ ତଦାରଖ କରୁନାହାନ୍ତି।ଯାହାକୁ ନେଇ କୁଜଙ୍ଗ ବନାଞ୍ଚଳ ଅଧିକାରୀ ଭୟଭୀତ ଅବସ୍ଥାରେ ଅଛନ୍ତି।ଏଠି ପ୍ରଶ୍ନଉଠେ ଦୁଇ ଦୁଇଟା ବନାଞ୍ଚଳ କର୍ମଚାରୀଙ୍କ ସରକାରୀ ବାସ ଭବନରୁ ବାରମ୍ବାର ଚୋରୀ ହେଉଥିବା ବେଳେ କୌଣସି ଚୋରକୁ ଗିରଫ କରୁନାହିଁ କୁଜଙ୍ଗ ପୋଲିସ।ଯାହାକୁ ନେଇ କୁଜଙ୍ଗ ବନପାଳ ଅଧିକାରୀଙ୍କ ସହ ସମସ୍ତ କର୍ମକର୍ତ୍ତା ମାନେ ଆତଙ୍କିତ ହୋଇ ପଡିଛନ୍ତି। (ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର ପ୍ରୟାସ ନିଉଜ୍ )