November 21, 2024

ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ର ଝୁଲନ୍ତା ଶବ ଉଦ୍ଧାର 

Share

 

କାଶୀପୁର 8 11 2024 ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚପ୍ରାଥ ମିକ ବିଦ୍ୟାଳୟ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି.ଆଜି ଦିନ 11ଟା ସମୟରେ ଉକ୍ତ ବିଦ୍ୟାଳୟରେଅଧୟନ ରତ୍ତ ଛାତ୍ର ଜଣକ ଖଗେଶ୍ୱର ଝୋଡ଼ିଆ.ବୟସ 10ବର୍ଷ. ପିତା କୁନା ଝୋଡ଼ିଆ ହଷ୍ଟେଲ ରେ କେହି ନ ଥିବା ବେଳେ ନିଜବେକରେ ଟାୱାଲ ଯୋଗେ ନିଜେ ଶୋଉଥିବା ଖଟ କୁ ଠିଆ କରାଇ ସେଥିରେ ଆତ୍ମହତ୍ୟା କରିଛି ହେଲେ ମୃତ୍ୟରକାରଣ ଅସ୍ପଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ଘଟଣା ସ୍ଥଳରେ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ କାନ୍ତ ନାଏକ ଟିମ ସହିତ ପହଁଚି ଘଟଣା ର ତଦନ୍ତ କରୁଥିବା ବେଳେS D P O ରଶ୍ମି ରଞ୍ଜନ ସେନାପତି ସହ ସାଇଣ୍ଟିଫ ଟିମ ଓ ମାଜିଷ୍ଟେଟ ଦାୟିତ୍ୱ ରେ କାଶୀପୁର ଅତିରିକ୍ତ ତହସିଲଦାର ବୟିନୀ ସତୀଶ କୁମାର ଙ୍କ ଉପ ସ୍ଥିତି ରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ଓ ଶବ ଜବତ କରି କାଶୀପୁର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛିବ୍ୟବଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ପରିବାର ଓ ଗ୍ରାମ ବାସୀଙ୍କ କହିବା ଅନୁଯାଇ ଏହି ମୃତ୍ୟୁ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୋନ ରାମ ଦାସ. ସମ୍ପୂର୍ଣ ଦାଈ ବୋଲି କହିଥିଲେ ଗ୍ରାମବାସୀଙ୍କ କହିବା କଥା ହେଲା ଶିକ୍ଷୟତ୍ରୀ ମହୋଦୟl ଟିକିରି ଓ ଚନ୍ଦ୍ରଗିରି ଦୁଇଟି ସ୍କୁଲ ର ଦାୟିତ୍ୱ ନେଇ ଏଠି ତିନି ଦିନ ସେଠି ତିନି ଦିନ ରହି ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଉକ୍ତ କାର୍ଯ୍ୟ ରେ ନି୍ୟଜିତ କରାଇ ସ୍କୁଲ ର ଉନୟନ ମୂଳକ କାମ ଯଥା ରଙ୍ଗ ଦିଆ ବାଉଣ୍ଡ୍ରି ୱାଲ ହଷ୍ଟେଲ ମେନେଜ ମେଣ୍ଟ ପରି ସବୁ କାମରେ ନିଜ ସ୍ୱାମୀଙ୍କୁ ସାମିଲ କରାଇ ମାଲ ମାଲ ହେଉଥିବାର ଅଭିଯୋଗ ଆସିଛି ସ୍ୱାମୀ ଦେବ ମଧ୍ୟ କମିଟି ର କିଛି ବ୍ୟକ୍ତି ଙ୍କୁ ଧରି.ବାରମ୍ବାର.ବୋଲେରୋ ଗାଡି ଭଡା କରାଇ ରାୟଗଡା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ନେଇ ସୁପାରିଶ କରୁଥିବା କଥା ମଧ୍ୟ୍ୟ ଗ୍ରାମ ବାସି ପ୍ରକାଶ କରିଥିବା ସହ ସ୍କୁଲରେ ପିଲାଙ୍କୁ ଭଲ ଖାଇବାକୁ ଦିଆ ଯାଉନଥିବାରୁ ପିଲାଏ ନିଜ ନିଜ ଘର କୁ ଆସି ଖାଉଥିବା ଅଭିଯୋଗ କରଛନ୍ତି ଉକ୍ତ ବିଷୟ ରେ ସ୍ଥାନୀୟ ସରପଞ୍ଚ ଛୁଆ ଦେଇ ମାଝୀବାରମ୍ବାର ଉପ ରସ୍ତ ଅଧିକାରୀଙ୍କୁ ଲିଖିତ ଆକାରରେ ରେ ଜଣାଇବା ସହିତ କିଛି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି କହିବାସହ ସରପଞ୍ଚ ଙ୍କୁ କୌଣସି ସଭା ସମିତି କି ସ୍କୁଲ କାର୍ଯ୍ୟକ୍ରମ ରେ ନିମନ୍ତ୍ରଣ କରାଯାଉ ନଥିବା କହିଛନ୍ତି ହେଲେ ସବୁ ଠାରୁ ଦୁଃଖ ର ବିଷୟ ଆଜି ଛାତ୍ରା ବାସ ଠାରେ ଘଟିଥିବା ଘଟଣା ସ୍ଥଳ ରେ D. E. O.B E 0 କି WEo ଙ୍କ ଦେଖା ମିଳିନଥିବା ଯୋଗୁଁ ଅଶାନ୍ତ ପ୍ରକାଶ ପାଇଥିଲା ଦେଖାଯାଉ ବାରମ୍ବାର ପ୍ରଧାନ ଶିକ୍ଷର୍ତ୍ତୀ ଙ୍କ ବିରୋଧ ରେ ଅଭିଯୋଗ ଆସୁଥିବା ବେଳେ ସେ କାହା ଛତ୍ର ଛାୟା ତଳେ ରହି ଏ ପ୍ରକାର ଦୃନୀତି କରି ଚାଲିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ଉକ୍ତ ଘଟଣା ରେ ଯେଉଁ ମାନେ ଦାଈ ସେମାଙ୍କୁ ଆଇନ ଅନୁଯାଇ ଦଣ୍ଡ ମିଳବା ସହ ମୃତ୍ୟୁ ପରିବାରଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆ ଯାଉ ବୋଲି ଦାବି କରାଯାଇଥିଲା

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ,

You may have missed