November 21, 2024

ରୁକୁଣି ଗାଁ ସେବା ସମବାୟ ସମିତି ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ଓ ମଣ୍ଡି ପରିଦର୍ଶନ କଲେ ଖାଦ୍ଯ ଯୋଗାଣ ମନ୍ତ୍ରୀ

Share


ଛତ୍ରପୁର -୮/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ଅନ୍ତ୍ରଗତ ରୁକୁଣୀଗାଁ ସେବା ସମବାୟ ସମିତି ପକ୍ଷରୁ ବାର୍ଷିକ ସାଧାରଣ ସଭା ଆର୍ଥିକ ବର୍ଷ 2024-25ର ବୈଠକ ଅନୁଷ୍ଟିତ ହେଇଯାଇଅଛି ଏହି ବୈଠକରେ ସମିତିର ସଭାପତି ଶ୍ରୀ ଆଦିକନ୍ଧ ଶତପଥିଙ୍କ ଅଧକ୍ଷ୍ୟତାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମହାରଣା S.A.R.C.S ସନମାନ୍ନିତ ଅତିଥି ଭାବେ ଶ୍ରୀ ମାନସୀ ଲେଙ୍କା ,ଶ୍ରୀ ବୈରାଗୀ ସ୍ଵାଇଁ , ଶ୍ରୀ ସୁଜିତ ନାୟକ ତତ ସହ BCCB ନିର୍ଦ୍ଧେଶକ ଶ୍ରୀ ଦୁର୍ଜ୍ୟଧନ ପରିଡା , ଶ୍ରୀ ଦେବାଶିଷ ପଟ୍ଟନାୟକ, ସରପଞ୍ଚ ଶ୍ରୀମତୀ ପ୍ରତିମା ଦାସ , ସମିତି ସଭ୍ଯ ଶ୍ରୀ ରାମଚନ୍ଦ୍ର ପରିଡା ,ସମ୍ପାଦକ ଶ୍ରୀ ପଙ୍କଜ କୁମାର ପାତ୍ର ,ସହ ସମ୍ପାଦକ ଶ୍ରୀ ତାରିଣୀ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ ବୈଠକର ପ୍ରଥମରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ ସମ୍ଭଧନା ଜ୍ଞାପନ କରଯାଇଥିଲା ଏହି ବୈଠକରେ ସମିତିର ସମ୍ପାଦକ ଶ୍ରୀ ପଙ୍କଜ କୁମାର ପାତ୍ର 2024-25 ର ଆର୍ଥିକ ବିବରଣୀ ପଠନ କରିଥିଲେ ରୁକୁଣୀଗାଁ ସମିତିରୁ ମଣ୍ଡି ପରିଚାଳନା ପାଇଁ ଏକ ଚାଷୀ କମିଟି ଗଠନ କରଯାଇଥିଲା ସାଧାରଣ ସଭାର ବୈଠକରେ ଚାଷୀମାନେ ନିଜ ନିଜର ମତାମତ ପୋଷଣ କରିଥିଲେ ସରକାରଙ୍କ ନିର୍ଦ୍ଧେଶ ଅନୁଯାଇ ସମସ୍ତ ଚାଷୀ ମଣ୍ଡି ନିକଟକୁ ଧାନ ଆଣିବା ପାଇଁ ସ୍ତିର କରଯାଇଥିଲା ରାଜ୍ୟ ସରକାରଙ୍କ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ରୁକୁଣୀଗାଁ ସେବା ସମବାୟ ସମିତିକୁ ପରିଦର୍ଶନରେ ଆସି ମଣ୍ଡି ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଧାନ କ୍ରୟ ସମ୍ପର୍କରେ ସିଧା ସଳଖ ଆଲୋଚନା କରିଥିଲେ ସମବାୟ ସମିତିର ଆନୁସଙ୍ଗିକ ସ୍ଥିତିକୁ ଦେଖି ସନ୍ତୋଷବ୍ୟକ୍ତ କରିଥିଲେ ମନ୍ତ୍ରୀଙ୍କ ସହ ସୋରଡା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଶୋୟି କବି ସୂର୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ନାୟକ ,ଛତ୍ରପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀ ବନୋଜ ନାୟକ,ବରିଷ୍ଟ B.J.P ନେତା ପ୍ରମୁଖ ଉପସ୍ଥିତ ଥିଲେ ତତ ସହ ଜିଲ୍ଲା ଯୋଗାଣ ଅଧିକାରୀ ,ଉପଜିଲ୍ଲାପାଳ , ସମବାୟ ବିଭାଗର ବରିଷ୍ଠ ଅଧିକାରୀ D.R.C.S , A.R.C.S ଏହିପରିପେଖିରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ସାମ୍ବାଦିକ ସହ ପରିଚାଳନା ପରିଷଦର ସଦସ୍ୟ ଶ୍ରୀ ସନ୍ତୋଷ କୁମାର ମିଶ୍ର ମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପ ସଭାପତି ଶ୍ରୀମତୀ ରୁନୁ ପରିଡା ଏବଂ ପରିଚାଳନା ପରିଷଦର ସଦସ୍ୟ ଶ୍ରୀ ନାରାୟଣ ପାଢୀ ,ଶ୍ରୀ ବିଜୟ କୁମାର ପରିଡା ,ଶ୍ରୀ ସୁରେନ୍ଦ୍ର ସେଠି ,ଶ୍ରୀ ପଦ୍ମଚରଣ ପରିଡା ,ଶ୍ରୀ ତ୍ରିନାଥ ବ୍ରହ୍ମା ,ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ,ଶ୍ରୀମତୀ ଜୟନ୍ତୀ ପରିଡା ,ଶ୍ରୀ ଉପେନ୍ଦ୍ର ପ୍ରସାଦ ପଣ୍ଡା ଏବଂ ଶତାଧିକ ଚାଷୀ ଉପସ୍ଥିତ ଥିଲେ ଶେଷରେ ସହ ସମ୍ପାଦକ ଶ୍ରୀ ତାରିଣୀ ମିଶ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

You may have missed