November 15, 2024

ବ୍ୟାସ ଫାଉଣ୍ଡେସନ ର ସେବା କାର୍ଯ୍ୟ ଜାରି। କୁଜଙ୍ଗ ରୁ ଅସହାୟ ବୃଦ୍ଧ ଉଦ୍ଧାର..

Share

 

 

କୁଜଙ୍ଗ ୮/୧୧ ଚଟୁଆ ଗ୍ରାମପଞ୍ଚାୟତ ର ନରେନ୍ଦ୍ରପୁର ଗ୍ରାମର ବାବାଜୀ ମଲ୍ଲୀକ (୭0)। ଭାଗ୍ୟବିଡମ୍ବନା ହେତୁ ନିଜର ଦୁଇ ପୁଅ ଓ ସ୍ତ୍ରୀ ର ଅକାଳ ବିୟୋଗରେ ମଧ୍ୟ ଭାଙ୍ଗି ନ ପଡି ନିଜର ଦାରିଦ୍ର୍ୟତା ସହ ଲଢ଼ି ବଂଚିବାକୁ ଚେଷ୍ଟା କରି ଆସୁଥିଲେ। କୁଜଙ୍ଗ ବଜାର କୁ ଟ୍ରକରେ ଆସୁଥିବା ବିଭିନ୍ନ ଜିନିଷ ପତ୍ରକୁ ବୋଝ ମୁଣ୍ଡାଇ ଯେତିକି ପାରିଶ୍ରମିକ ପାଉଥିଲେ ସେଥିରେ ଆପାତ୍ତ ବଞ୍ଚିଆସୁଥିଲେ । ବୟସାଧିକ୍ୟ ହେତୁ ଦେହର ବଳ, ମନର ଏକାଗ୍ରତା କମିଯିବା ସହ ରୋଗାଗ୍ରସ୍ତ ହେବା ଦ୍ୱାରା ବାବାଜୀ ଏକ ପ୍ରକାର ଚଳନାମ ହରାଇ କୁଜଙ୍ଗ ବଜାରରେ କୌଣସି ଏକ ସ୍ଥାନରେ ପଡି ରହିଥିଲା।ଦୋକାନୀ ମାନଙ୍କ ସାହାଯ୍ୟ ତଥା ଯୁବ ସମାଜସେବୀ ସୁଶାନ୍ତ କୁମାର ସାମଲ ଙ୍କ ସହାୟତା ରେ ବାବାଜୀ ପାଇଁ ଖାଦ୍ୟ ଯୋଗାଡ଼ ହୋଇପାରୁଥିଲେ ମଧ୍ୟ ତାଙ୍କ ଶରୀରରେ ଅନେକ ସ୍ଥାନରେ ସୃଷ୍ଟି ହୋଇଥିବା କ୍ଷତ ପାଇଁ ଚିକିତ୍ସା ତଥା ଅବଶିଷ୍ଟ ଜୀବନ ବଂଚିବା ପାଇଁ ତାଙ୍କ ମୁଣ୍ଡ ଉପରେ ଛାତର ଆବଶ୍ୟକ ତା କୁ ଅନୁଭବ କରି ସୁଶାନ୍ତ ବାବୁ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହାମୟୀ ଆଚାର୍ଯ୍ୟ ଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ। ଅଧ୍ୟକ୍ଷା ନିଜର ଅସୁସ୍ଥତା ସତ୍ୱେ ସମାଜସେବା କୁ ଅଗ୍ରାଧିକାର ଦେଇ ନିଜର କର୍ମକର୍ତା ସଭାପତି ଡ଼. ସିଦ୍ଧେଶ୍ଵର ପଣ୍ଡା, ଉପସଭାପତି ରଶ୍ମିତା ନାୟକ, କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ପ୍ରଧାନ, ସଭ୍ୟ ସଂଗ୍ରାମ ନାୟକଙ୍କ ସହ କୁଜଙ୍ଗରୁ ବାବାଜୀଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ ର ନିରାଶ୍ରୟ ବିଭାଗରେ ଚିକିତ୍ସା ପାଇଁ ଅବସ୍ଥାପିତ କରାଇବାକୁ ସକ୍ଷମ ହେଲେ। ବାବାଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉର୍ନ୍ନତି ପରେ ତାଙ୍କୁ ଏକ ଜରାଶ୍ରମରେ ଅବସ୍ଥାପିତ କରାଯିବ ବୋଲି ଶ୍ରୀମତୀ ଆଚାର୍ଯ୍ୟ ଗଣମାଧ୍ୟମ କୁ ପ୍ରତିଶୃତି ଦେଇଛନ୍ତି। ବ୍ୟାସ ଫାଉଣ୍ଡେସନ ତଥା ଯୁବ ସମାଜସେବୀ ସୁଶାନ୍ତ କୁମାର ସାମଲ ଙ୍କର ଏପରି ସେବା ମାନସିକତା ପାଇଁ ସାଧାରଣ ରେ ପ୍ରଶଂସା କରାଯାଇଛି।