November 23, 2024

ଉମରକୋଟ ଠାରେ ସପ୍ତମ ତମ UPL ର ଶୁଭାରମ୍ଭ……

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସପ୍ତମ ତମ ଉମରକୋଟ ପ୍ରିମିୟର ଲିଗ (UPL)ର ଶୁଭାରମ୍ଭ ହୋଇଯାଇଛି!ଯେଭଳି ବହୁ ଲୋକପ୍ରିୟ ଇଣ୍ଡିଆନ ପ୍ରିମିୟମ ଲିଗ(IPL)ଖେଳ ଭାରତ ରେ ୨୦୦୮ମସିହାରେ ଆରମ୍ଭ ହୋଇଥିଲା ଏବଂ ଉକ୍ତ ଖେଳ ସାରା ବିଶ୍ୱରେ ନିଜ ପ୍ରଧାନ୍ୟତା ବିସ୍ତାର କରି ଖୁବ ଲୋକପ୍ରିୟ ହୋଇଛି!ସେପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ବିଜୁ ପଟନାୟକ ଷ୍ଟାଡିଅମ ରେ ଗତ ୨୦୧୭ମସିହାରେ ପ୍ରଥମ କରି ଉମରକୋଟ ପ୍ରିମିୟମ ଲିଗ (UPL)ର ଶୁଭାରମ୍ଭ କରାଯାଇଥିଲା!ବର୍ଷ କୁ ବର୍ଷ ଏହି ଖେଳଟିକୁ ଅଧିକ ଲୋକପ୍ରିୟ କରିବା ସକାଶେ ବିଭିନ୍ନ ମନୋରଞ୍ଜନ କରାଯାଇଥାଏ।

ଚଳିତ ବର୍ଷ ସପ୍ତମ ତମ ଉମରକୋଟ ପ୍ରିମିୟମ ଲିଗ ରେ ୧୦ଟି ରାଜ୍ୟରୁ ଖେଳାଳି ମାନେ ଅଂଶଗ୍ରହଣ କରୁଥିବାବେଳେ ମୋଟ ୨୦ଟି ଦଳ ଉକ୍ତ ପ୍ରତିଯୋଗିତାରେ ଭାଗ ନେଉଥିବା ଜଣାପଡିଛି।ମୁଖ୍ୟ ଅତିଥି ତଥା ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରତିଯୋଗିତା ର ଶୁଭାରମ୍ଭ କରିଥିବା ବେଳେ ପୌରାଧ୍ୟକ୍ଷା ରାଧା ଭତରା, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ସଲିମ ରାଠୋର, ଦୁର୍ଗା ମଲିକ ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ପ୍ରଥମ ଦିବସରେ ୟୁନିଟି ଷ୍ଟାର ବାସ୍ତମ୍ବା ସହ ଛତିଶଗଡ ରାଜ୍ୟ ର ମାକିଡ଼ିର ଷ୍ଟାର ୧୧ ମଧ୍ୟରେ ୧୫ଓଭର ଲେଖାଏଁ ଖେଳାଯାଇଥିଲା!ବାସ୍ତମ୍ବା ଦଳ ଟସ ଜିଣି ପ୍ରଥମେ ବେଟିଂ କରି ଆଠ ୱିକେଟ ହରାଇ ୧୩୬ରନ କରିଥିଲେ, ଜବାବରେ ଷ୍ଟାର ୧୧ ମାକିଡ଼ି ଏଗାର ଓଭର ଖେଳି ପାଞ୍ଚ ୱିକେଟ ହରାଇ ବିଜୟୀ ହୋଇଥିଲା!ପ୍ରଥମ ମ୍ୟାଚ ଟିକୁ ଅଭିଜିତ ବଳ ଏବଂ ଶିବ ହରିଜନ ଖେଳ ପରିଚାଳନା କରିଥିଲେ!ଏହି UPL ପ୍ରୀତିଯୋଗିତା ର ସୁଧାଂଶୁ ଦାସ ସଭାପତି, ଚନ୍ଦନ ବେହେରା ଉପସଭାପତି, ଅଭିଳାଷ ପଟନାୟକ ସମ୍ପାଦକ, ତପନ ପାତ୍ର କୋଷାଧକ୍ଷ ଭାବେ ନିଯୁକ୍ତି ପାଇଛନ୍ତି!ଉକ୍ତ ପ୍ରତିଯୋଗିତା ଟି ୭ତାରିଖ ରୁ ଆରମ୍ଭ ହୋଇ ୧୭ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ସୁଧାଂଶୁ ଦାସ କହିଛନ୍ତି।