December 3, 2024

ମାଆ ଝିଅ ଙ୍କର ଜୀବନ୍ତ ଦଗ୍ଧ ଘଟଣା:ଭଉଣୀ ର ଅଭିଯୋଗ ଆଧାରରେ ବାପ ପୁଅଙ୍କୁ ଗିରଫ, କୋର୍ଟ ଚାଲାଣ  

Share

 

 

 

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମହାନଗର ନିଗମ ଅନ୍ତର୍ଗତ ମାନେଶ୍ଵର ର ହାଟପଦା ଅଂଚଳରେ ରାତିରେ ଶୋଇଥିବା ଅବସ୍ଥା ରେ ଅଗ୍ନିକାଣ୍ଡ ରେ ମାଆ ସ୍ନେହଲତା ଓ ଝିଅ ସୈରେନ୍ଦ୍ରି ଙ୍କର ଜୀବନ୍ତ ଦଗ୍ଧ ଘଟଣା ରେ ସଦର ଥାନା ପୋଲିସ ମୃତ ସ୍ନେହଲତା ଦୀକ୍ଷିତ ଙ୍କର ପୁଅ ଜଗନ୍ନାଥ ଦୀକ୍ଷିତ (୫୮ ବର୍ଷ ) ଓ ନାତି ସଂକେତ ଦୀକ୍ଷିତ (୨୬ବର୍ଷ ) ଙ୍କୁ କଲା ଗିରଫ l ସୂଚନା ଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ରାତିରେ ଘର ର ଉପର ମହଲା ରେ ରହୁଥିବା ସ୍ନେହଲତା ଦୀକ୍ଷିତ (ମାଆ ) ଓ ସୈରେନ୍ଦ୍ରି ଦୀକ୍ଷିତ ( ଝିଅ ) ଶୋଇଥିବା ଅବସ୍ଥା ରେ ଅଗ୍ନିକାଣ୍ଡ ରେ ମୃତ୍ୟୁ ବରଣ କରିଥିଲେ l ସ୍ନେହଲତା ଅନେକ ଦିନ ହେଲା ସଜ୍ଜ୍ୟାଶାୟୀ ଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଝିଅ ସୈରେନ୍ଦ୍ରି ସାଥିରେ ରହି ମାଆ ଙ୍କର ସେବା ଶୁଶ୍ରୁଷା କରୁଥିଲେ l ସୂଚନା ଯୋଗ୍ୟ ରେ ପୁଅ ଜଗନ୍ନାଥ ଙ୍କର ମାଆ ଭଉଣୀ ଙ୍କର ସାଥିରେ ମୋଟେ ପଡ଼ୁନଥିଲା l ସେହି ଦୃଷ୍ଟିରୁ ଅନ୍ୟ ବିବାହିତା ଝିଅ (ଭଉଣୀ ) ଇନ୍ଦ୍ରାଣୀ ପୁରୋହିତ ଘଟଣା ବିଷୟ ଜାଣିଲା ପାରେ ମାନେଶ୍ଵର ଘରକୁ ପହଂଚିଥିଲେ ତଥା ଭାଇ ଜଗନ୍ନାଥ ଦୀକ୍ଷିତ ଓ ପୁତୁରା ସଂକେତ ଦୀକ୍ଷିତ ଙ୍କର ବିରୁଦ୍ଧରେ ସଦର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ, ପୈତୃକ ଜମିବାଡ଼ି କୁ ନେଇ ମାଆ ସ୍ନେହଲତା ଓ ଭଉଣୀ ମାନଙ୍କ ସହ ଭାଇ ଜଗନ୍ନାଥ ଓ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା l ତେଣୁ ଯୋଜନାବଦ୍ଧ ଭାବରେ ରାସ୍ତା ରୁ ହଟେଇ ଦେବା ଉଦ୍ୟେଶ ରେ ଅଗ୍ନିକାଣ୍ଡ ଘାଟେଇ ହତ୍ୟା କରିଥିବା ବିଷୟ ଇନ୍ଦ୍ରାଣୀ ପୁରୋହିତ ଲିଖିତ ଅଭିଯୋଗ କରିଥିବା ବେଳେ ସଦର ଥାନା ରେ କେଶ ନମ୍ବର ୨୯୬/୨୪ଆଧାର ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା l ଅଭିଯୋଗ ଆଧାର ରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜଗନ୍ନାଥ ଓ ସଂକେତ କୁ ଅଟକ ରଖି ପଚରାଉଚୁରା କରିଥିଲା l ମାତ୍ର ସନ୍ଦେହ ଶେଷରେ ଗୁରୁବାର ଦିନ ଉଭୟଙ୍କୁ ଗିରଫ କରି କରି କୋର୍ଟ ଚାଲାଣ କରିଛି l

ସୂଚନାଯୋଗ୍ୟ ଯେ ଜଗନ୍ନାଥ ଦୀକ୍ଷିତ ହେଉଛନ୍ତି ସ୍ନେହଲତା ଙ୍କର ଏକମାତ୍ର ପୁତ୍ର ଏବଂ ତାଙ୍କରି ପୈତୃକ ଘର ମାନେଶ୍ଵର ନିକଟବର୍ତ୍ତୀ ସରଗିପାଲି ଗ୍ରାମରେ, ହେଲେ ସେମାନେ ଅନେକ ବର୍ଷ ହେଲା ମାନେଶ୍ଵର ହାଟପଦା ରେ ଘର କରି ରହୁଛନ୍ତି l ଅବିବାହିତ ଝିଅ ସୈରେନ୍ଦ୍ରି ମାଆ ସ୍ନେହଲତା କୁ ନେଇ ଘର ର ଉପର ମହଲା ରେ ରହୁଥିଲେ ଓ ପୁଅ ଜଗନ୍ନାଥ ତାଙ୍କରି ପରିବାର କୁ ନେଇ ଘରର ତଳ ମହଲା ରେ ରହୁଥିଲେ l ପୈତୃକ ଜମିବାଡ଼ି କୁ ନେଇ ସେମାନଙ୍କର ଭିତରେ ତିକ୍ତତା ଥିଲା, ସେହି ବିଷୟ ମାନେଶ୍ଵର ଅଂଚଳର ପ୍ରାୟ ଅନେକ ଲୋକ ଅବଗତ ଥିଲେ।