March 12, 2026

ପୁରୀ ଷ୍ଟେସନ ଅଟୋଚାଳକ ମହାସଂଘ ତରଫରୁ ୨୫ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

IMG-20251008-WA0025
Share

ପୁରୀ ଷ୍ଟେସନ ଅଟୋଚାଳକ ଏବଂ ପୁରୀ ଜିଲ୍ଲା ଅଟୋଚାଳକ ମହାସଂଘ ସହବନ୍ଧିତ ରେ ମାଆ ଗଜଲକ୍ଷ୍ମୀ ପୂଜା ରୌପ୍ୟ ଜୟନ୍ତୀ ମହାସମାରୋହ ରେ ପାଳିତ ହେଉଛି।ମହାସଂଘ ର ସଭାପତି ଦୁର୍ଗା ଚରଣ ଖୁଣ୍ଟିଆ, ଷ୍ଟେସନ ଅଟୋଚାଳକ ସଂଘର ସଭାପତି ଭାସ୍କର ସେଠି,ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ,ଉପସଭାପତି ଆର ପୁରୁଷୋତ୍ତମ ରେଡି,ସହ ସଂପାଦକ ଡି ମୋହନ ରେଡି ,କୋଷଧକ୍ଷ ପି ଲୋକନାଥ ରାୟ ଏବଂ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପୂଜାକର୍ଯ୍ୟ ରେ ଯୋଗଦାନ କରିଥିଲେ।ତା୯ .୧୦.୨୫ରିଖ ଦିନ ବାଳଗୋପାଳ ପ୍ରସାଦ ସେବନ ଓ ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ସନ୍ଧ୍ୟା୫ଟାରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ତା ୧୦.୧୦.୨୫ ରିଖ ଦିନ ୨୫ତମ ବାର୍ଷିକ ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଘଟିକା ରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।୧୨ତାରିଖ ଦିନ ୧ଟାରେ ମାଆ ଗଜଲକ୍ଷ୍ମୀ ଙ୍କ ବିସର୍ଜନ କରାଯିବ ବୋଲି ସଂଘ ର ସମ୍ପାଦକ ପ୍ରକାଶ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ