ଆଜିର ଖବର..
୧-ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ ;ମଠବାଡିରୁ ଆରମ୍ଭ କରି ଶିବିର, ସବୁଠି ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ପରିବେଶ ।
୨-କଟକ ସହରରେ କର୍ଫ୍ୟୁ କୋହଳ, ସହରରେ ସ୍ଥିତି ସ୍ବାଭାବିକ,କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ,ହଟିବେନି ଫୋର୍ସ,ସାଦା ପୋଷାକରେ ଜଗିବେ।
୩-ଭୁବନେଶ୍ବର:SI ନିଯୁକ୍ତିରେ ଦୁର୍ନୀତି ଘଟଣା:ସନ୍ଦେହରେ ଓପିଆରବି ଅଧିକାରୀ,ପରୀକ୍ଷା ନେଇ ଆଶଙ୍କାରେ ଦେଢଲକ୍ଷ ଆବେଦନ କାରୀ।
୪-କଟକରେ ସ୍ଵାଭାବିକ ହେଲା ଇଣ୍ଟରନେଟ ସେବା, ୪୮ ଘଣ୍ଟା ଧରି ବନ୍ଦ ଥିଲା।
୫-ଭୁବନେଶ୍ବର:ନଭେମ୍ବର ୧୪ରୁ ୨୩ ଯାଏଁ ସହିଦ ନଗର ଦୁର୍ଗାପୁଜା ପଡିଆରେ ହେବ ରାଜଧାନୀ ପୁସ୍ତକ ମେଳା।
୬-ଗଞ୍ଜାମ:ଆଜି ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ, ପୀତବାସଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦାବି।
୭-କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାର ପଡ଼ା:ପ୍ରେମିକ ସହ ମିଶି ସ୍ଵାମୀଙ୍କ ତଣ୍ଟି ଚିପିଲା ସ୍ତ୍ରୀ।
୮-ଭୁବନେଶ୍ବର:ନର୍ସିଂ ସ୍କୁଲ ଖୋଲିବା ଆଳରେ ଫସିଗଲେ ଅବସରପ୍ରାପ୍ତ ଅଧିକାରୀ,୨୩ ଲକ୍ଷ ଟଙ୍କା ଠକେଇ;ତେଲେଙ୍ଗାନାରୁ କାର୍ତ୍ତିକ ଗିରଫ।
୯-ପିପିଲି:ଆମ ବସ୍ ଭିତରେ ପଶି ହାଣିଲା ଦୁର୍ବୃତ୍ତ, ଯାତ୍ରୀଙ୍କ ପାଲଟା ଆକ୍ରମଣରେ ଦୁର୍ବୃତ୍ତ ଗୁରୁତର।
୧୦-ସୁନ୍ଦରଗଡ଼ରେ ଡବଲ ମର୍ଡର,ଜମିବାଡି ବିବାଦରୁ ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା।
୧୧-ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘାସିରାମ ମାଝୀ ହେଲେ କଂଗ୍ରେସ ପ୍ରାର୍ଥୀ।
୧୨-ପାରେଳାଖେମୁଣ୍ଡି:ଗ୍ରାନାଇଟ୍ ଖଣିରେ ବଜ୍ରାଘାତ, ୩ ମୃତ, ଜଣେ ଓଡ଼ିଆଙ୍କ ସମେତ ୪ ଗୁରୁତର
୧୩-ଭରତପୁର:ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ପ୍ରଦୀପ ଚନ୍ଦ୍ର ସାହୁ ଗିରଫ।
୧୪-ବାରଙ୍ଗ ଆକାଶରେ ଉଡୁଛି ସନ୍ଦିଗ୍ଧ ଡ୍ରୋନ: କିଏ ଓ କାହିଁକି ଉଡାଉଛି ତାହା ଜଣା ପଡିନାହିଁ।
୧୫-ଲକ୍ଷ୍ମୀପୂଜା ପାଇଁ ଜମୁଛି ଅନୁଗୁଳ ସହର, ୩୦ଟି ମଣ୍ଡପରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା।
୧୬-ମାଲକାନଗିରିରେ ଅଭାବନୀୟ ଘଟଣା, ବାପା ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା।
୧୭-ଶିମଲା: ହିମାଚଳର ବିଳାସପୁରରେ ବଲ୍ଲୁ ସେତୁ ନିକଟରେ ଭୂସ୍ଖଳନ ଯୋଗୁଁ ବସ୍ ଉପରେ ଖସିଲା ମାଟି ଅତଡା, ୧୫ ମୃତ।
୧୮-ନୁଆଦିଲ୍ଲୀ:UPI ଦେଣନେଣ ପାଇଁ ପିନ୍ ବଦଳରେ ହେବ ଟିପଚିହ୍ନ ଓ ମୁହଁ ପ୍ରମାଣୀକରଣ।
୧୯-ଗୁଗୁଲ୍ ଏଆଇ ସିଷ୍ଟମରେ ତ୍ରୁଟି ଖୋଜିଲେ ମିଳିବ ପୁରସ୍କାର; କମ୍ପାନୀ ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେବା ନେଇ କଲା ଘୋଷଣା।
୨୦-ପଦାର୍ଥ ବିଜ୍ଞାନରେ ଜନ କ୍ଲାର୍କ, ମାଇକେଲ ଡେଭୋରେଟ, ମାର୍ଟିନିସଙ୍କୁ ମିଳିଛି ନୋବେଲ ପୁରସ୍କାର।
🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏
