October 9, 2024

ଉମରକୋଟ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ………..

Share

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବରେଣ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ ଓ ଉମରକୋଟ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା , ଓ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ ଶ୍ରୀ ଅସୀମ କୁମାର ବିଶ୍ୱାସ,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ଭୁକ୍ତା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ଙ୍କ ସଭାପତିତ୍ବ ରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉମରକୋଟ ବ୍ଲକ ର ୨୦ଟି କ୍ଲଷ୍ଟର ରୁ ଛାତ୍ର ଓ ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ବିତର୍କ, ରଚନା, ଶିଳ୍ପକଳା, କୁଇଜ୍ , ସୃଜଶୀଳତା ଲିଖନ, ଭାଷଣ, ଓଡ଼ିଆ ଶୃତ ଲିଖନ, ଗୀତ, ଚିତ୍ରାଙ୍କନ ଓ ଦଳଗତ ସାଂସ୍କୃତିକ ଇତ୍ୟାଦି ପ୍ରତିଯୋଗୀତା ରେ ସଫଳତା ହାସଲ କରିଥିବା କୃତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନେ ଆଗାମୀ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ରେ ଅଂଶ ଗ୍ରହଣ କରିବେ। ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁରଭି କାର୍ଯ୍ୟକ୍ରମ ମାଧ୍ୟମ ରେ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ର ବିକାଶ ରେ ସହାୟକ ହୋଇପାରିଛି ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିବା ସହ ଭବିଷ୍ୟତ ରେ ଭଲ ମଣିଷ ହୋଇ ସମାଜର ସେବା କରିବା ପାଇଁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ଶିକ୍ଷକ ଶ୍ରୀ ଗଣେଷ ପ୍ରସାଦ ରଣା, ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀମତୀ ସସ୍ମିତା ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମାଝୀ, ଶ୍ରୀମତୀ ସୁଶୀଳା ଜୋରଦାର, ଶ୍ରୀ ଦେବେନ୍ଦ୍ର କୁମାର ବାଘ, ବ୍ଲକ୍ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ , ଶିକ୍ଷକ ଶ୍ରୀ ଅରୁଣ କୁମାର ବେହେରା, ଶ୍ରୀ ହେମନ୍ତ କୁମାର ଜେନା, ଫନିନ୍ଦ୍ର ଗାଇଁନ, ତିରପତି ପଟ୍ଟନାୟକ ଙ୍କ ସମେତ ବହୁ ସଂଖ୍ୟା ରେ ଶିକ୍ଷକ ମାନେ ସହଯୋଗ କରିଥିଲେ।