October 8, 2024

କିଶୋରୀ ମାନେ ନିଜେ ସଚେତନ ହୋଇ ଆଜି ଠାରୁ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

Share

କିଶୋରୀ ମାନେ ନିଜେ ସଚେତନ ହୋଇ ଆଜି ଠାରୁ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି। କିଶୋରୀ ମାନଙ୍କ ପାଇଁ ପୋଷଣ ଶିକ୍ଷା କର୍ମଶାଳା ସ୍ଥାନୀୟ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ୧୪ ରୁ ୧୯ ବର୍ଷ ବୟସ ର କିଶୋରୀ ମାନଙ୍କ ଶାରୀରିକ, ମାନସିକ ବିକାଶ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ର ଆବଶ୍ୟକତା ଅଛି। ବର୍ତମାନ ର ପରିବର୍ତ୍ତିତ ପରିସ୍ଥିତି ରେ ଉତ୍ତମ ଖାଦ୍ୟ ମିଳିବା ସମ୍ଭବ ହୋଇ ପାରୁ ନାହିଁ। ତେଣୁ ଯଥା ସମ୍ଭବ କିଶୋରୀ ମାନେ ନିଜେ ସଚେତନ ହେବା ଆବଶ୍ୟକ ଓ ନିଜ ର ଖାଦ୍ୟ ଚୟନ କରିବା ଆବଶ୍ୟକ ବୋଲି ବକ୍ତା ମାନେ ମତ ଦେଇଛନ୍ତି।

 

ଗ୍ରାମ୍ୟ ପ୍ରଭା ଦ୍ଵାରା ଆୟୋଜିତ “କିଶୋରୀ ମାନଙ୍କପାଇଁ ପୋଷଣ ଶିକ୍ଷା ” କର୍ମଶାଳା ରେ ଅତିଥି ଭାବରେ ଆଇ ସି ଡ଼ି ଏସ ର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁହାଙ୍ଗୀ ହେମ୍ରମ ଯୋଗ ଦେଇ ଦୈନିକ ଖାଦ୍ୟରେ ଫଳ, ରୁଟି , ଭାତ, କ୍ଷୀର, ସବୁଜ ପରିବା ସାମିଲ୍ କରିବାକୁ ପରାମର୍ଶ ଦେଇଥିଲେ। ସବୁ କିଶୋରୀ ମାନେ ସପ୍ତାହ କୁ ଥରେ ଅଙ୍ଗନୱାଡ଼ି ଯାଇ ସେଠାରେ ସ୍ବାସ୍ଥ୍ୟ ଓ ପୋଷଣ ଉପରେ ହେଉ ଥିବା ଆଲୋଚନା ରେ ଭାଗ ନେବାକୁ ନିଶ୍ଚିତ କରନ୍ତୁ ବୋଲି କହିଥିଲେ।

ପୋଷଣ ପରାମର୍ଶ ଦାତା ଡାକ୍ତର ବିଭୂତି ମହାପାତ୍ର ଅନେକ ଉପାଦେୟ ତଥ୍ୟ ଉପରେ ଆଲୋଚନା କରିଥିଲେ। ପଯିଟିଭି, ନେଗେଟିଭ ଓ ନିଉଟ୍ରାଲ୍ ମିଲେଟ୍ ଉପରେ ତଥ୍ୟ ଭିତ୍ତିକ ଆଲୋଚନା କରି ଉପସ୍ଥିତ କିଶୋରୀ ମାନେ ଖାଦ୍ୟ ଅଭ୍ୟାସ ରେ ପରିବର୍ତନ ଆଣିବାକୁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ କୁ ସମ୍ପଦ ଭାବରେ ବିବେଚନା କରାଯିବା ଅତୀବ ପ୍ରୟୋଜନ ବୋଲି କହିଥିଲେ। ଶରୀର ଭିତରୁ ଓ ବାହାରୁ ସୁନ୍ଦର ଦେଖା ଯିବାକୁ ହେଲେ ମିଲେଟ ବା ଶ୍ରୀ ଅନ୍ନ ଏବେ ଠାରୁ ନିଜ ଖାଦ୍ୟ ରେ ସାମିଲ ପାଇଁ ନିବେଦନ କରିଥିଲେ।

ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗୋପାଳ ଚନ୍ଦ୍ର ପରିଡା କହିଲେ ଯେ ପିଲା ମାନେ ନିୟମିତ ଭାବରେ ନିଜ ର ହେମୋଗ୍ଲୋବିନ୍ ପରୀକ୍ଷା କରାଇବା ଓ ସପ୍ତାହ କୁ ଥରେ ଅଁଳା ଖାଇବା କୁ ପରାମର୍ଶ ଦେଇଥିଲେ। ଚୁଡ଼ା, ଗୁଡ, ନଡ଼ିଆ, କଦଳୀ ଜଳଖିଆ ଭାବରେ ଗ୍ରହଣ କରିବା ଓ ଛଣା ହେଇ ବାହାରେ ବିକ୍ରି ହେଉ ଥିବା ଖାଦ୍ୟ କୁ ବର୍ଜନ କଲେ ନିଜ ଶରୀର ଉପଯୁକ୍ତ ପୁଷ୍ଟି ପାଇବ ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ପରାମର୍ଶ ଦାତା ରାମ ଚନ୍ଦ୍ର ସାମଲ ପୁଷ୍ଟିକର ଖାଦ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଆମ ର ସବୁଠାରୁ ବଡ଼ ଓ ଭଲ ସାଙ୍ଗ ହେଲା ଆମ ଶରୀର। ତେଣୁ ଆମ ଶରୀର ସାଙ୍ଗ କୁ ସୁସ୍ଥ ରଖିବାକୁ ହେଲେ ତାକୁ ଉପଯୁକ୍ତ ପୋଷଣ ଭରା ଖାଦ୍ୟ ଦେବା ନିହାତି ଆବଶ୍ୟକ ବୋଲି କହିଥିଲେ ।

ଏନ୍ ଆଇ ସି ଏସ ଆଇ ର ମିଳିତ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୫୨ ଜଣ କିଶୋରୀ ଯୋଗ ଦେଇଥିଲେ। ଲଭଲି ଦାସଗୁପ୍ତ , ମମତା ମହାରଣା, ପୁଷ୍ପା ଦେବୀ, ଉର୍ମିଳା ରେଡ୍ଡୀ, ରାଜାରାମ , କ୍ରୀଷ୍ଣା ରେଡ୍ଡୀ ପ୍ରମୁଖ ଯୋଗଦେଇ ସଭା ପରିଚାଳନା କରିଥିଲେ। ଗ୍ରାମ୍ୟ ପ୍ରଭା ର ଏହି ପ୍ରୟାସ କୁ ପ୍ରଂଶସା କରା ଯାଇ ଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ