October 8, 2024

କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Share

 

ପଦମପୁର : (ଜୟନ୍ତ କୁମାର ସେଠ) ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ କର୍କଟ ସଚେତନତା ଅଭିଯାନ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭା ପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି l କର୍କଟ ରୋଗ ସଚେତନତାର ଗୁରୁତ୍ଵ ବିଷୟରେ ଅଧ୍ୟକ୍ଷାଙ୍କ ଉଦବୋଧନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲା | କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ଵେଛାସେବୀ ଅନୁଷ୍ଠାନ”ଉମ୍ମିଦେ” ବରଗଡ଼ ର ଜିଲ୍ଲା ସଂଯୋଜକ ଶେଖ ମହମ୍ମଦ ଗଜନବୀ ଯୋଗଦେଇ କର୍କଟର ଭୟାବହତା ଓ ନଅଟି ମୁଖ୍ୟ ଲକ୍ଷଣ ଉପରେ ପ୍ରାଞ୍ଜଳ ଭାବରେ ବର୍ଣନା କରି ମହାବିଦ୍ୟାଳୟର କର୍ମଚାରି ଓ ଛାତ୍ରୀ ମାନଙ୍କୁ ଅନେକ ବିଷୟରେ ଅବଗତ କରାଇଥିଲେ | ଯୁବ ରେଡକ୍ରସ କାଉନସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଏବଂ ଏହାର ସଙ୍କେତ ଭାବରେ “ପିଂକ ଅକ୍ଟୋବର “ ର ତାତ୍ପର୍ଯ୍ୟ ବିଷୟରେ କହିଥିଲେ | ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଯୁବ ରେଡକ୍ରସ କାଉନସିଲର ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |