October 8, 2024

ଗୋପ ବ୍ଲକ ଅଧ୍ୟକ୍ଷା ଙ୍କ ସପକ୍ଷରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଥାନାରେ ଘେରାଉ l ( ଅଭିଯୋଗ ର ୭ ଦିନ ବିତିଯାଇଥିଲେ ମଧ୍ୟ କେସ ଏଣ୍ଟ୍ରି କଲାନାହିଁ ଗୋପ ଥାନା ) 

Share

ଗୋପ :- 07/10/2024 ( ) ନୂତନ ସରକାର ଙ୍କ ଆଗମନ ପରେ ନିମାପଡା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ରେ ରାଜନୀତିକତା ଅସ୍ଥିରତା ପରିଲକ୍ଷିତ ହେଉଛି l ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ରେ ଦୈନିକ କିଛି ନା କିଛି ଘଟଣା ଘଟୁଛି l ଗତ ସାଧାରଣ ନିର୍ବାଚନ ପୂର୍ବରୁ ନିମାପଡା ରେ ଆରମ୍ବ ହୋଇଥିବା ରାଜନୈତିକତା ଅସ୍ଥିରତା ସମଗ୍ର ଓଡିଶା ରେ ଚହଳ ସୃଷ୍ଟି କରିଥିଲା l ବିଜେଡ଼ି ର ଜଣାଶୁଣା ନେତା ତଥା ତିନିଥର ବିଧାୟକ ସହିତ ମନ୍ତ୍ରୀ ପଦ ହାତେଇଥିବା ସମୀର ରଞ୍ଜନ ଦାଶଙ୍କୁ ଦଳ ଟିକେଟ ଦେଇନଥିଲା l ପରବର୍ତ୍ତୀ ସମୟରେ ସମୀର ଅନେକ ଶକ୍ତି ପ୍ରଦର୍ଶନ ସତ୍ତ୍ୱେ ଦଳୀୟ ଟିକେଟ ପାଇଥିଲେ ଦିଲ୍ଲୀପ ନାୟକ ଯାହା ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଥିଲା l ଏହାର ପ୍ରତିବାଦରେ ସମୀର ଓ ତାଙ୍କ ସେନା ଵା ଅନୁଗାମୀମାନେ ବିଦ୍ରୋହ ଆରମ୍ଭ କରିଥିଲେ l ଶେଷରେ ସମୀର ବିଜେଡ଼ି ଛାଡି ବିଜେପି ରେ ମିଶିଥିଲେ ଆଉ ଆରମ୍ବ ହୋଇଥିଲା ଶୀତଳ ଯୁଦ୍ଧ l ସ୍ଲୋଗାନ ଥିଲା ନିମାପଡା ରେ ସମୀର ନାହିଁ ତ ଶଙ୍ଖ ନାହିଁ ତାହା ହିଁ ହେଲା ଖୁବ କମ ବ୍ୟବଧାନ ଭୋଟ ରେ ଦିଲ୍ଲୀପ ନାୟକ ପରାଜୟ କରିଥିଲେ ପ୍ରଭାତୀ ପରିଡା ଙ୍କ ଠାରୁ କିନ୍ତୁ ସମୀର ସେନା ଵା ତାଙ୍କ ଅନୁଗାମୀ ଙ୍କ ପ୍ରଭାତୀ ଶିବିରରେ ଆଉ ଦୃଶ୍ୟମାନ ହେଉନାହାନ୍ତି l ଲୋକ କହିଲେଣି ଶଙ୍ଖ ନାହିଁ ତ ସମୀର ନାହିଁ ପରିବର୍ତ୍ତେ ଶଙ୍ଖ ଅଛି ରହିଛି ଆଉ ରହିଥିବ ହେଲେ ସମୀର ଆଉ ନଥିବେ l ଆଜି ନିମାପଡା ରେ ସ୍ପଷ୍ଟ ବାରି ହେଉଛି ପ୍ରଭାତୀ ଥିବା ପର୍ଯ୍ୟନ୍ତ ସମୀର ଉଦୟ ହେଵା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି l ଗତ 30 ତାରିଖ ରେ ଗୋପ ବ୍ଲକ ପରିସରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଏକ ଗୃହ କୁ ଭିଡିଓ କନଫରେନ୍ସ ହଲ ର ନାମକରଣ କରି ନୂତନ ଫଳକ ମାରି ଉଦ୍ଘାଟନ କରିବାର ପୂର୍ବରୁ ଆରମ୍ଭ ହୋଇଥିଲା ମହାଭାରତ ଯୁଦ୍ଧ l ଏଥିରେ ଗୋପ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ ଙ୍କୁ ବିଡିଓ ଛବିରାଣୀ ସାହୁ ଓ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ଜାତିଆଣ ଆକ୍ଷେପ ସହିତ ଧକ୍କାଦକ୍ଷି କରିଥିବାରୁ ଗୋପ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ର ଗୋଟେ ସପ୍ତାହ ବିତିଯାଇଥିଲେ ମଧ୍ୟ ଗୋପ ପୋଲିସ ଅଭିଯୋଗ କୁ ଭିତ୍ତି କରି କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ପୁରୀ ଜିଲ୍ଲା ବିଜେଡ଼ି ର ବରିଷ୍ଠ ନେତା ଓ ଶତାଧିକ କର୍ମୀ ଗୋପ ଥାନା କୁ ଯାଇଥିଲେ l ଗୋପ ଭାରତ ପେଟ୍ରୋଲ ପମ୍ପ ଠାରୁ ଏକ ଶୋଭାଯାତ୍ରା ବାହାରି ଗୋପ ଥାନା ପର୍ଯ୍ୟନ୍ତ ଆସିଥିଲା l ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକର ପାତ୍ର(ବାବୁ )ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ସ୍ୱାଧୀନ ନାୟକ ( ବାବୁ ) କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ସୁବ୍ରତ ଚାଟୋଇ, କୁଞ୍ଜଳତା ସାମଲ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ବିଜେଡ଼ି ମହିଳା ମୋର୍ଚା ର ସାଧାରଣ ସମ୍ପାଦିକା କସ୍ତୁରୀବାଳା ସାହୁ, ଭାଗିରଥି ସେନାପତି, ସୁକାନ୍ତ ମହାନ୍ତି, ସଂଗ୍ରାମ ନାୟକ, ପ୍ରଭୁତି ବରିଷ୍ଟ କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ l ଗୋପ ଥାନା କୁ ଯାଇ ପୂର୍ବରୁ ଦିଆଯାଇଥିବା ଅଭିଯୋଗ ସମ୍ପର୍କ ରେ ନିମାପଡା ର ଏସ ଡି ପି ଓ ପ୍ରଭାତ ମଲ୍ଲିକ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ l ଆଗକୁ ଦୁର୍ଗା ପୂଜା ଥିବାରୁ ସାତ ଦିନ ସମୟ ମାଗିଥିଲେ ଏସ ଡି ପି ଓ ଶ୍ରୀଯୁକ୍ତ ମଲ୍ଲିକ l ଏଣୁ ଆଗାମୀ ସାତ ଦିନ ମଧ୍ୟରେ ଯଦି ଅଭିଯୋଗ କୁ ଭିତ୍ତିକରି ବିଡ଼ିଓ ଓ ଉପାଧକ୍ଷ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଦଳର ପ୍ରମୁଖ ନେତା ମାନେ ଏକ ସାମ୍ବାଦିକମାନଙ୍କୁ କହିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ