May 14, 2026

କେରଳର ଆଇଲି ହିଲସ୍ ଠାରେ ଆଇ ଜେ ୟୁ ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟ କାରିଣୀ ବୈଠକ ଉଦଯାପିତ।

IMG-20231008-WA0014
Share

କେରଳର ଆଇଲି ହିଲସ୍ ଠାରେ ଆଇ ଜେ ୟୁ ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟ କାରିଣୀ ବୈଠକ ଉଦଯାପିତ।

କୋଚି.,କେରଳ :୦୮/୧୦(ଉପାନ୍ତ ଓଡ଼ିଆ):କେରଳର ଆଲୁଭା ସ୍ଥିତ ଆଏଲି ହିଲସ୍ ଠାରେ , କେରଳ ଜରନାଲିଷ୍ଟି ୟୁନିଅନ ଏବଂ ଆଇଣ୍ଡିଆନ ଜରନାଲିଷ୍ଟି ୟୁନିଅନର ମିଳିତ ସହଯୋଗରେ ଆୟୋଜିତ ଦୁଇ ଦିନିଆ ଜାତୀୟ କାର୍ଯ୍ୟ କାରିଣୀ ବୈଠକ ଉଦଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ କେରଳର ଶିଳ୍ପ ଓ ଆଇନ ମନ୍ତ୍ରୀ ପି ରାଜିବ୍ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସାଂସଦ ବେନି ବେହେନାନ୍ ,ସାଂସଦ ଚାଳକୁଡି , ବିଧାୟକ ଅନୁଅର ସାଦଥ, କେରଳ ମିଡ଼ିଆ ଏକାଡେମୀର ଅଧ୍ୟକ୍ଷ ଆର ପି ବାବୁ , ତେଲେଙ୍ଗାନା ମିଡ଼ିଆ ଏକାଡେମୀର ଅଧ୍ୟକ୍ଷ ଆଲମ ନାରାୟଣ ,ଆଇ ଜେ ୟୁର ରାଷ୍ଟ୍ରୀୟ ସଭାପତି ବିନୋଦ କୋହଲି, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏସ ସବା ନାୟକନ୍, କେରଳ ଜର୍ଣ୍ଣାଲିଷ୍ଟ ୟୁନିୟନ ର ସାଧାରଣ ସଂପାଦକ କେ ସି ସ୍ମିଝାନ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ସମସ୍ୟାର ସମାଧାନ ସମ୍ପର୍କରେ ଉଦବୋଧନ ଦେଇଥିଲେ । ସେହିପରି ଉଦଯାପନ ଉତ୍ସବରେ ଆଇଜେୟୁ ର ରାଷ୍ଟ୍ରୀୟ ସଭାପତି ବିନୋଦ କୋହଲିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବର ମୁଖ୍ୟ ଅତିଥି ଭାବେ ପୂର୍ବତନ ସାସଂଦ ସେବାଷ୍ଟିଆନ ପାଲ, ଆଲୁଭା ବିଧାୟକ ଅନୁଅର ସାଦତ୍ , ଅଲ ଇଣ୍ଡିଆ ରେଡ଼ିଓର ପୂର୍ବତନ ନିର୍ଦ୍ଦେଶକ ଡି ପ୍ରଦୀପ କୁମାର , ମିଡ଼ିଆ ସମାଲୋଚକ ଏନ ଏମ ପିଆରସନ ପ୍ରମୁଖ ଯୋଇଦେଇ କାର୍ଯ୍ୟର ସାମ୍ବାଦିକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟ କାରିଣୀ ବୈଠକରେ ବିଭିନ୍ନ ରାଜ୍ୟର ପ୍ରମୁଖ କର୍ମକର୍ତ୍ତା ଯୋଗଦେବା ସହ ଓଡ଼ିଶାରୁ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ (ଓୟୁଡ଼ବ୍ଲୁଜେର) ରାଜ୍ୟ ଉପସଭାପତି ଅମୂଲ୍ୟ କୁମାର ବାରିକଙ୍କ ନେତୃତ୍ୱରେ ରାଜ୍ୟ ସଂପାଦକ ରାଜୀବ ଲୋଚନ ପ୍ରଧାନ, ରାଜ୍ୟ କୋଷାଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥଲେ ଓ ଉର୍ନ୍ନତମାନର ସାମାଜିକ କାର୍ଯ୍ୟ ପାଇଁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ରାଜୀବ ଲୋଚନ ପ୍ରଧାନ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)