July 6, 2024

ମିଶନ ବାତ୍ସଲ୍ୟ ୱେବ ପୋର୍ଟାଲ ର କାର୍ଯ୍ୟକାରିତା ପାଇଁ ସମସ୍ତ ଶିଶୁ ଗୃହ ର କର୍ମକର୍ତାଙ୍କର ତାଲିମ ଶିବିର

Share

ମିଶନ ବାତ୍ସଲ୍ୟ ୱେବ ପୋର୍ଟାଲ ର କାର୍ଯ୍ୟକାରିତା ପାଇଁ ସମସ୍ତ ଶିଶୁ ଗୃହ ର କର୍ମକର୍ତାଙ୍କର ତାଲିମ ଶିବିର

(ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର,ସ୍ଥାନୀୟ ଜିଲ୍ଲା ପଂଚାୟତର ସାଧନା କେନ୍ଦ୍ର ଠାରେ ଶିଶୁ ଗୃହର ସମସ୍ତ କର୍ମକର୍ତ୍ତା ମାନଙ୍କର ଏକ ଦିନିକିଆ ତାଲିମ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫ ରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧକ୍ଷତତା ରେ ଅନୁଷ୍ଠିତ ହୋଇଯାଇଅଛି I ଏହି ବୈଠକକୁ ଜିଲ୍ଲା ଶିଶୁ ଆନୁଷ୍ଠାନିକ ଅଧିକାରୀ ସମସ୍ତ ଙ୍କୁ ସ୍ୱାଗତ କରି ସଭାଟିକୁ ପରିଚାଳନା କରିଥିଲେ । ଏହା ପରେ ସେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଆଜିର ସଭାର ଲକ୍ଷ ଉଦେଶ୍ୟ କହିବା ସଂଗେ ସଂଗେ ମିଶନ ବାତ୍ସଲ୍ୟ ନିର୍ଦେଶାବଳୀ ବିଷୟରେ କହିବାକୁ ।ଜିଲ୍ଲା ଶିଶୁ ଅଧିକାରୀ ଶ୍ରୀ ସୁରେଶ ପଟନାୟକ , ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନଙ୍କୁ ପୁନଶ୍ଚ ଏହି ବୈଠକ କୁ ସ୍ୱାଗତ କରି ଏହା ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ଆଲୋକପାତ କରାଇଥିଲେ । ଏବଂ ତତ୍ସଂଗେ ସଙ୍ଗେ ମିଶନ ବାତ୍ସଲ୍ୟ ଏବଂ ପୂର୍ବରୁ ଥିବା ଶିଶୁ ସୁରକ୍ଷା ଯୋଜନା ଏବଂ ବର୍ତମାନର ମିଶନ ବତ୍ସଲ୍ୟ ମଧ୍ୟରେ କଣ କଣ ଉପାଦାନ , ପାର୍ଥକ୍ୟ, ଅଭିନବ ରହିଛି ସେ ବିଷୟରେ କହିଥିଲେ । ତତ୍ପରେ ଶିଶୁ ଅଧିକାରୀ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଶିଶୁ ଗୃହରେ ରହୁଥିବା ଏବଂ ଶିଶୁ ଗୃହରୁ ବାହାରି ଯାଇଥିବା ପିଲା ମାନଙ୍କ ପାଇଁ କଣ କଣ ସବୁ ନିଯୁକ୍ତି ର ସୁବିଧା ରହିଛି ସେ ବିଷୟରେ ଅବଗତ କରାଇବା ପାଇଁ । ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶ୍ରୀ କିଶୋର ମାର୍ଥା ଏବଂ ଡାଟା ଆନାଲିଷ୍ଟ କିଷାନ ପଟନାୟକ ମିଶନ ବତ୍ସାଳୟ ର ୱେବ ପୋର୍ଟାଲ ଏବଂ ବ୍ୟକ୍ତିଗତ ଯତ୍ନ ପ୍ଲାନ ବିଷୟରେ କହିଥିଲେ । ଏହାପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧକ୍ଷ ସମସ୍ତ ଶିଶୁ ଗୃହର କର୍ମୀ ମାନଙ୍କୁ କିପରି ଶିଶୁ ମାନଙ୍କ ହିତ ପାଇଁ କଜ୍ର୍ଯ୍ୟ କରିବା ଏବଂ ବିଭିର୍ଣ୍ଣ ଉର୍ନତି ମୂଳକ କାର୍ଯ୍ୟ କରାଯିବ ସେଠିପ୍ରତି ଧ୍ୟାନ ଦେବେକୁ କହିଠିକେ । ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ଅଦ୍ବିକା ଏବଂ ଏହାର ବିଷୟ ବସ୍ତୁ ଉପରେ କହିବା ସହ ଏହାକୁ କିପରି ନିୟମିତ କରାଯିବ ସେଥିପ୍ରତି ଧ୍ଷ୍ନ ଦେବାକୁ କହିଥିଲେ । ଏହାପରେ ଅରୁଣା ର ଜିଲ୍ଲା ସଂଯୋଜିକା ଅଣଆନୁଷ୍ଠାନିକ ଏବଂ ପରିବାର ଭିତିକ ଯତ୍ନ କିପରି କାର୍ଯ୍ୟକାରୀ କରାଯିବ ସେ ଉପରେ ସମସ୍ତ ପ୍ରତିନିଧି ମାନଙ୍କୁ କହିଥିଲେ ।, ଶ୍ରୀମତୀ ମନୋରମ ମାଝୀ ଶିଶୁ ଗୃହର କର୍ମକର୍ତ୍ତା ଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ କହିଥିଲେ ।ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସମରେନ୍ଦ୍ର ପରିଡା, ମହେନ୍ଦ୍ର ଚାଲାଣ,ସ୍ଵାତିଶ୍ରୀ ପଟନାୟକ , ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସନ୍ତୋଷ ସାହୁ , ଆଦି ଯୋଗଦାନ କରିଥିଲେ ।ସର୍ବ ଶେଷ ରେ କୁନିମଣି ସ୍ୱାଇଁ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ ।

You may have missed