July 3, 2024

ସକାଳର ଖବର, ୦୮-ଅକ୍ଟବର -୨୦୨୩, ରବିବାର*

Share

*╭──────────────────╮*
*🌄ସକାଳର ଖବର, ୦୮-ଅକ୍ଟବର -୨୦୨୩, ରବିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆସନ୍ତା ଜାନୁଆରୀ ୧ ନୂଆବର୍ଷରେ ହେବ ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଵେ ଏହି ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ । ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ l ଏହି ମେଗା ପ୍ରକଳ୍ପ ପାଇଁ ୫୯୨୯ କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର।

➡️୨-ଆଜି ଭାରତୀୟ ବାୟୁ ସେନାରେ ସାମିଲ ହେବ IAF ର ନୂଆ ପତାକା । ପ୍ରୟାଗରାଜରେ ହେବାକୁ ଥିବା ବାୟୁସେନା ଦିବସ ପ୍ୟାରେଡରେ ଏହି ନୂତନ ପତାକା ଉନ୍ମୋଚନ କରାଯିବ ।

➡️୩-ସିଏଚଏସଇ ପ୍ରକାଶ କଲା ପ୍ରଶ୍ନପତ୍ର ବ୍ୟାଙ୍କ, ଏଣିକି ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ହେବ ସହାୟକ l chseodisha.nic.in ୱେବସାଇଟରେ ପ୍ରଶ୍ନପତ୍ର ବ୍ୟାଙ୍କ୍ ଉପଲବ୍ଧ ରହିଛି।

➡️୪-ନୂଆଦିଲ୍ଲୀସ୍ଥିତ ସୁଷମା ସ୍ଵରାଜ ଭବନଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ଜିଏସଟି ବୈଠକରେ ମିଲେଟ ଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହ୍ରାସ ପାଇଁ ଦାବି କଲା ଓଡିଶା l ବିନା ବ୍ରାଣ୍ଡ୍‌ରେ ୭୦% ମିଲେଟ୍ ଥିବା ଅଟାରେ ହଟିଲା ଜିଏସ୍‌ଟି, ପାଣିଗୁଡ଼ ଉପରେ ୫% ହେଲା ହ୍ରାସ l

➡️୫-ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଏଥର ନଭେମ୍ବର ୧ତାରିଖ ପରିବର୍ତ୍ତେ ଅକ୍ଟୋବର ୧୪ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ।

➡️୬-ପଞ୍ଚଭୂତରେ ଲୀନ ହେଲା ସହିଦ ଯବାନଙ୍କ ପାର୍ଥିବ ଶରୀର l ଜନ୍ମମାଟିରେ ଝରିଲା ଲୁହ, ସହିଦ ଯବାନ ସରୋଜ ଦାସଙ୍କୁ ଅନ୍ତିମ ଶ୍ରଦ୍ଧାଂଜଳି ଜଣାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟୀ ଦେଲେ ଶୋକାକୂଳ ଗାଁ କେନ୍ଦୁଢ଼ିପବାସୀ l

➡️୭-ବଢିଲା ତିର୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ, ରେଜିଷ୍ଟ୍ରାର ଅଫିସରେ ଆପତ୍ତି ଉଠାଇଲେ ପୂର୍ବତନ ବାନ୍ଧବୀ ସୋମାଲିକା l

➡️୮-ଆସନ୍ତା ୧୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ ଆତିଥେୟତା ପ୍ରଦାନ କରିବା ଶହ କରିବେ ଆଲୋଚନା l

➡️୯-ଏଲନ ମସ୍କ ‘X’ ରେ କରିବେ ବଡ଼ ଧରଣର ପରିବର୍ତ୍ତନ, ଏବେ ଲୁଚା ଯିବ ରିପ୍ଲାଇ, ରିଟ୍ୱିଟ୍‌ ଓ ଲାଇକ୍ ନମ୍ବର l

➡️୧୦-ଏବେ ଭାରତୀଙ୍କ ପାଳି; ମହାଦେବ ବେଟିଂ ଆପ ଦୁର୍ନୀତିରେ ସାମିଲ ହେଲା ଭାରତୀ ସିଂହଙ୍କ ନାମ l

➡️୧୧-ଗଗନଯାନ ମିସନ ପାଇଁ ଖୁବ୍‌ଶୀଘ୍ର ମାନବରହିତ ଉଡ଼ାଣ ପରୀକ୍ଷା ଆରମ୍ଭ କରାଯିବ, ଏ ନେଇ ସୂଚନା ଦେଲେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) l

➡️୧୨-ଦ୍ବାରକାର ପୋଚନପୁର ଗାଁରେ ୪୦ ମିଟର ଟନେଲ ଖୋଳି ଇଣ୍ଡିଆନ ଅଏଲ ପାଇପଲାଇନରୁ ଲକ୍ଷ ଲକ୍ଷ ଟଙ୍କାର ତେଲ ହେଲା ଚୋରି l

➡️୧୩-ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୫୬ ହେଲା ପାର, ଏବେବି ଫସି ରହିଛନ୍ତି ୩ ହଜାର l ଘଟଣାରେ ନିଖୋଜ ହୋଇଥିବା ୧୪୨ ଜଣଙ୍କୁ ଖୋଜା ଖୋଜି ଜାରି ରହିଛି। କିଛି ଜବାନଙ୍କର ମୃତଦେହ ଏପର୍ଯ୍ୟନ୍ତ ମିଳି ନାହିଁ।

➡️୧୪-ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ l

➡️୧୫-ଇସ୍ରାଏଲରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର l ମେୟରଙ୍କ ସମେତ ୨୪୦ ମୃତ l

➡️୧୬-କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଅନଲାଇନ୍‌ରେ ବିକ୍ରି ହେବ ୧୪ ହଜାର ଟିକେଟ୍‌, ସୂଚନା ଜାରି କଲା BCCI l

➡️୧୭-ଏସିଆନ ଗେମ୍ସରେ ଇତିହାସରେ ଭାରତ ପ୍ରଥମଥର ପାଇଁ ୧୦୦ ପଦକ ଅତିକ୍ରମ କରି ନିଜର ଅଭିଯାନ କଲା ଶେଷ l ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ ୨୮ଟି ସ୍ୱର୍ଣ୍ଣ ବ୍ୟତୀତ ୩୮ଟି ରୌପ୍ୟ ଏବଂ ୪୧ଟି ବ୍ରୋଞ୍ଜ ପଦକ ଶହ ହାତେଇଲା ମୋଟ ୧୦୭ଟି ପଦକ ।

➡️୧୮-ଆଜି ବିଶ୍ୱକପରେ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଇସାନ କିଶାନ କରିବେ ଓପନିଂ ।

➡️୧୯-ବିଶ୍ଵକପ୍‌ ଇତିହାସରେ ସବୁଠୁ ବଡ଼ ସ୍କୋର କଲା ଦ. ଆଫ୍ରିକା l ସବୁଠାରୁ ଦ୍ରୁତ ଶତକ ମାରି ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଆଡେନ୍‌ ମାର୍କ୍ରାମ। ସେ ମାତ୍ର ୪୯ ବଲ୍‌ରେ ଶତକ ମାରି ବିଶ୍ୱକପ୍‌ ଇତିହାସରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ ବନିଲେ l

➡️୨୦-ବିଶ୍ୱକପ୍‌ ୨୦୨୩: ରେକର୍ଡ ବ୍ରେକର ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା, ୩୨୦ ରନ୍‌ରେ ଶ୍ରୀଲଙ୍କା ହେଲା ଅଲ୍‌ଆଉଟ୍ l

*