September 8, 2026

ମହାବୀର ଯୁବକ ସଂଘ ପକ୍ଷରୁ ନନ୍ଦୋତ୍ସବ ପାଳିତ

IMG-20260907-WA0098
Share

 

 

ହାଟଡିହି ତା ୭/୯(ମନମୋହନ ନାୟକ) : ହାଟଡିହି ବ୍ଲକ୍‌ ବଡ଼ରମ୍ପାସ ଗ୍ରାମରେ ଜନ୍ମାଷ୍ଟମୀ ଅବସରରେ ମହାବୀର ଯୁବକ ସଂଘ ପକ୍ଷରୁ ନନ୍ଦୋତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକଜୁଟ ହୋଇଥିଲେ। କଳାକାରମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ସହ ଅଭିନୟ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପୌରାଣିକ ଚରିତ୍ର ଓ ଆକର୍ଷଣୀୟ ଅଭିନୟ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ନନ୍ଦରାଜା ଭୂମିକାରେ ଚୈତନ୍ୟ ଜେନା, ନନ୍ଦରାଣୀ ଭୂମିକାରେ ଚନ୍ଦନ ନାୟକ, କୃଷ୍ଣ ଭୂମିକାରେ ଆୟୁଷ ସାହୁ, ରାଧା ଭୂମିକାରେ ସୁଭଲକ୍ଷ୍ମୀ ସାହୁ, ବଳରାମ ଭୂମିକାରେ ସନ୍ତୋଷ କୁମାର ସାହୁ, ପୁତନା ଭୂମିକାରେ ଛବି ସାହୁ, କଂସ ଭୂମିକାରେ ସତ୍ୟବାନ ସାହୁ ଓ ଅମର କୁମାର ଦାସ, ଭାଲୁ ଭୂମିକାରେ ଅମର କୁମାର ବଳ ଏବଂ ବାଘ ଭୂମିକାରେ ରାହୁଲ ସାହୁଅନ୍ୟ କଳାକାରମାନେ ଅଭିନୟ କରିଥିଲେ। ଦିନକୁ ଦିନ ଗାଁ ଗହଳିରେ ଏଭଳି ପାରମ୍ପରିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଲିଭିଯାଉଥିବା ବେଳେ, ମହାବୀର ଯୁବକ ସଂଘର ଏଭଳି ପ୍ରୟାସ ଗ୍ରାମୀଣ ପରମ୍ପରା ଓ ଭାଇଚାରାକୁ ଜୀବନ୍ତ ରଖିବାରେ ଏକ ସୁନ୍ଦର ପଦକ୍ଷେପ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ବଳରାମ ସେନାପତି, ଶ୍ରୀଧର ସାହୁ,ଜନ୍ମେଜୟ ବେହେରା, ରାଜୀବ ଲୋଚନ ସାହୁ, ସୁବାଷ ସାହୁ, ସୌମ୍ୟ ରଞ୍ଜନ ସାହୁ, ବିଚିତ୍ର ସାହୁ, ଶ୍ରୀକାନ୍ତ ସାହୁ, ରଙ୍ଗାଧର ଦାସ, ବାବୁ ଓଝା, ଜଗମୋହନ ସାହୁ,ବନମାଳୀ ସାହୁ, ସୌମ୍ୟରଞ୍ଜନ ଓଝା, ପ୍ରମୁଖ ସହଯୋଗ କରିଥିଲେ।