September 8, 2026

ବୋଲଗଡ଼ ମଣ୍ଡଳରେ ବିଜ୍ଞାନ ଡ୍ରାମା ଓ ରୋଲ୍ ପ୍ଲେ ପ୍ରତିଯୋଗିତା ଅନୁଷ୍ଠିତ ..

IMG-20260907-WA0095
Share

 

 

 

ବୋଲଗଡ଼,( ଉପାନ୍ତ ଖବର ମାନସ ରଞ୍ଜନ କର) ତା.୦୭/୦୯- ବୋଲଗଡ ମଣ୍ଡଳ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ସୋମବାର ଦିନ ମଣ୍ଡଳସ୍ତରୀୟ ବିଜ୍ଞାନ ଡ୍ରାମା ଏବଂ ରୋଲ୍ ପ୍ଲେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ବୋଳଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଶୋକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଦୁଇ ପ୍ରତିଯୋଗିତାରେ ନାଟ୍ୟ ନିର୍ଦ୍ଦେଶକ ସତ୍ୟବାନ ପଶ୍ଚିମକବାଟ ଓ ଶିକ୍ଷକ ଚିନ୍ତାମଣି ସାହୁ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ |ରୋଲ୍ ପ୍ଲେ ରେ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ହାସଲ କରିଥିଲେ |ବିଜ୍ଞାନ ଡ୍ରାମାରେ କଳା ପଥର , ଧଳା ପଥର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ପିଏମ୍ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ଏବଂ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରିଥିଲା |ଏହି ଅବସରରେ ଆୟୋଜିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ |ଏଥିରେ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପୃଷ୍ଟି ମୁଖ୍ୟ ଅତିଥି ଓ ବୋଲଗଡ଼ ଅଞ୍ଚଳର ସମାଜସେବୀ ସୁରେଶ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜ୍ଞାନର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ କୃତୀ ପ୍ରତିଯୋଗୀମନଙ୍କୁ ପୁରସ୍କାର ବିତରଣ କରିଥିଲେ |