September 21, 2024

ଟ୍ରକ ମଲିକ ସଙ୍ଘ ଓ କୋଣ୍ଡା ବାବୁଙ୍କ ଅଫିସ ରେ ଗଣେଶ ପୂଜା ପାଳିତ 

Share

 

ରାୟଗଡା : ରାୟଗଡା ଟ୍ରକ ମଲିକ ସଙ୍ଘ ଓ କୋଣ୍ଡା ବାବୁଙ୍କ ଅଫିସ ରେ ଗଣେଶ ପୂଜା ଅତି ଆଡମ୍ବର ରେ ପାଳିତ ହୋଇଛିଯାଇଛି । ଟ୍ରକ ମଲିକ ସଙ୍ଘ ଦୀର୍ଘ ଦିନଧରି ଗଣେଶ ପୂଜା କରିଆସୁଛି ଠିକ ସେହିପରି ଏହି ବର୍ଷ ମଧ୍ୟ୍ୟ ସଙ୍ଘ କାର୍ଯ୍ୟାଳୟ ପରିସରରେ ଭଗବାନ ଗଣେଶ ଙ୍କ ପୂଜା ଅର୍ଚନା ଆରମ୍ଭ ହୋଇଯାଇଛି ଏହା ଆସନ୍ତା 9 ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି l

ଗଣ ପତି ବାପାଙ୍କ ପୂଜା ପାଇଁ ପୁରୋହିତ ଙ୍କ ମନ୍ତ୍ର ପାଠ ସହ ନିଜେ ମନ୍ତ୍ର ଉଚାରଣ କରି ପୂଜା ଅର୍ଚ୍ଚନା କରିଥିଲେ । ସଙ୍ଘ ର ସମସ୍ତ କର୍ମକର୍ତା ଙ୍କ ସମସ୍ତ ଟ୍ରକ ଚାଳକ ଓ ହେଲପେର ମନେ ଏହି ପୂଜାରେ ବସି ବହୁ ଖୁସି ହୋଇଯାଇ ଥିଲେ । ଫୁଲ,ଚନ୍ଦନ ,ଦୀପ ,ଘଣ୍ଟ ,ବାଦ୍ୟ ଓ ପୂଜକ ଙ୍କ ମନ୍ତ୍ର ରେ ଏହିଁ ପୂଜା କାମ ସମ୍ପୂର୍ଣ୍ଣ ହୋଇଥିଲା । ଏହି ପୂଜାରେ ସଙ୍ଘ ର ସଭ୍ୟ ମନେ ବସି ହୋମ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ସଂଘ ର ସଭାପତି କୋଣ୍ଡା ବାବୁ ପୂଜା ସ୍ଥଳ ରେ ପହଂଚିବା ପରେ ସଂଘ ର ସମ୍ପାଦକ ଜାନକୀ ରାମେୟା ସ୍ୱାଗତ କରିଥିଲେ l ପରେ କୋଣ୍ଡା ବାବୁ ପୂଜା ଅର୍ଚନା କରି ପ୍ରଭୁ ଗଣେଶ ଙ୍କ ଆଶିଷ ଭିକ୍ଷା କରିଥିଲେ । ଗଣେଶ ପୂଜା ନିମନ୍ତେ ପୂଜା ମଣ୍ଡପ କୁ ବହୁତ ସୁନ୍ଦର ଭାବେ ସଜା ଯାଇଛି ଯାହା ବହୁତ ସୁନ୍ଦର ଶୋଭା ପାଉଥିଲେ । ସମସ୍ତେ ଶେଷରେ ପ୍ରସାଦ ସେବନ କରିଥିଲେ । ଆଜିର ଏହି

ଦୃଶ୍ୟ ପୁରା ଖଣ୍ଡ ମଣ୍ଡଳରେ ହାଲା ମଚେଇ ଥିଲା । ଏହା ଦେଖିବାକୁ ସନ୍ଧ୍ୟା ସମୟ ରେ ସହ ସହ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓ ଦର୍ଶକ ମନେ ଭିଡ ମଧ୍ୟରେ ଜମି ବହୁତ ଆନନ୍ଦ ଉପଭୋଗ କରିବାର ଦେଖିବାକୁ ମିଳିଥିଲା । ଏହି ଆସନ୍ତା 9 ଦିନ ଧରିଚାଳିବ ଓ 10ଦିନ ରେ ବିଷର୍ଜନ କରିବା ସହିତ ପ୍ରସାଦ ସେବନ ର ବ୍ୟବସ୍ତା ମଧ୍ୟ୍ୟ କରାଯାଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l ଠିକ ସେହିପରି ରିଙ୍ଗ ରୋଡରେ କୋଣ୍ଡା ବାବୁ ଙ୍କ ଅଫିସ ରେ କୋଣ୍ଡା ବାବୁଙ୍କ ଫେନ ମନେ ଅତି ଆନନ୍ଦ ଉଲ୍ଲାସ ର ସହିତ ଗଣେଶ ପୂଜା କୁ ପଲିଥିଲେ ଓ ସନ୍ଧ୍ୟା ସମୟରେ ବିଷର୍ଜନ କରାଯାଇଥିଲା l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ