August 8, 2026

ଉମରକୋଟ ରେ ୪ ଦିନ ବ୍ୟବଧାନରେ ୨ ଟି ଚୋରି ଘଟଣା, ଚୋର ଧରିବା ପାଇଁ ଡି ଏନ୍ କେ ମହିଳାଙ୍କ ପୋଲିସ ଉପଖଣ୍ଡ ଅଧିକାରୀଙ୍କ ନିକଟରେ ଦାବି……..

IMG-20260808-WA0021
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ମାତ୍ର ୪ ଦିନ ବ୍ୟବଧାନରେ ଡି ଏନ୍ କେ ଅଞ୍ଚଳରେ ଚାବି ପଡ଼ିଥିବା ୨ ଟା ଘର କୁ ଚୋର ଟାର୍ଗେଟ କରି ଚୋରି ଘଟଣା ଘଟିବା ପରେ ସମଗ୍ର ଡି ଏନ୍ କେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ୨ ତାରିଖ ଦିନ ଉତ୍ତମ ରାୟ ଓ ତାଙ୍କ ପରିବାର କେହି ନ ଥିବା ବେଳେ ଚୋରି ହେଇ ଯାଇଥିବା ବେଳେ ଗତ କାଲି ଦିନ ଦ୍ୱିପହର ରେ ଜଣେ ଶିକ୍ଷୟତ୍ରୀ ସର୍ଣ୍ଣକାନ୍ତି ମହାପାତ୍ର ଙ୍କ ଘରେ ଚାବି ପକାଇ ସ୍କୁଲ ଯାଇଥିବା ସମୟରେ ଚୋରି ହେବା ଘଟଣା ସମଗ୍ର ଡି ଏନ୍ କେ ଅଞ୍ଚଳ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହ ଅସନ୍ତୋଷ ସୃଷ୍ଟି କରିଛି। ଆଜି ଏହି ଅଞ୍ଚଳ ର କିଛି ମହିଳା ଆଜି ସନ୍ଧ୍ୟାରେ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଙ୍କୁ ନିଜ କାର୍ଯ୍ୟଳୟ ସାକ୍ଷାତ୍ କରି ତୁରନ୍ତ ଚୋର ଙ୍କୁ ଧରିବା ପାଇଁ ପଦକ୍ଷେପ ନେବା ପାଇଁ ଦାବି କରିବା ସହ ସହର ରେ ପେଟ୍ରଲିଙ୍ଗ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଦାବି କରିଛନ୍ତି। ଉତ୍ତମ ରାୟ, ସ୍ବର୍ଣ୍ଣକାନ୍ତି ମହାପାତ୍ର,ସୁଚିତ୍ରା ପାଣ୍ଡେ,ସ୍ୱପ୍ନା ରାୟ, ସୁମଳାରାଣୀ ବରୋଇ, ସୁନିତା ବିଶ୍ୱାସ, ମଧୁମିତା ରାୟ, ବିଥିକା ମସ୍ତ୍ରୀ, ପୁନମ ଗୋଲଦାର, ମିତା ବେହେରା ପ୍ରମୁଖ ମହିଳା ପୋଲିସ ଉପଖଣ୍ଡ ଅଧିକାରୀ ଙ୍କ ସହ ସାକ୍ଷାତ କରି ଦାବି କରିଥିଲେ।