April 25, 2026

ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟରେ – “ଏକ ପେଡ୍ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20250708-WA0071
Share

 

ଭଞ୍ଜନଗର, ୮ ଜୁଲାଇ : ସଂପ୍ରତି ବର୍ଦ୍ଧିତ ତାପମାତ୍ରା ହ୍ରାସ, ଅନୀୟମିତ ବୃଷ୍ଟିପାତ ନିୟନ୍ତ୍ରଣ, ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ ତଥା ପରିବେଶ ଜନିତ ସମସ୍ୟାର ସମାଧାନ ଏବଂ ମୁକାବିଲା କରିବା ପାଇଁ ବୃକ୍ଷ ଚାରା ରୋପଣ ଉପରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଉଛି। ଏଥି ପାଇଁ ସାରା ଦେଶରେ ଜୁଲାଇ ୧ ତାରିଖ ଠାରୁ ବନମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଚାଲୁରହିଛି। ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସ୍ବେଛାସେବୀ ସଂସ୍ଥା ଓ ଅନୁଷ୍ଠାନ ଦ୍ଵାରା ଏହି କାର୍ଯ୍ୟକ୍ରମ ଜାରି ରହିଛି

ସେହିକ୍ରମରେ ଆଜି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳନ ସହିତ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଆହ୍ଵାନ କ୍ରମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସୁଧାଂଶୁ ଶେଖର ବେହେରାଙ୍କ ଉଦ୍ୟମ ଓ ନେତୃତ୍ୱରେ ଏହି ମହାନ୍ କାର୍ଯ୍ୟକ୍ରମ ସଂପାଦିତ ହୋଇଅଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟର ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ଯୋଗେଶ୍ଵର ମୁଣ୍ଡା, ମନୋଜ କୁମାର ସ୍ବାଇଁ ଓ ରାହୁଲ ବେହେରା ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସୁନୀତା କୁମାରୀ ବେହେରା, ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ଅନ୍ୱେଷା ମିଶ୍ର, ପାଚିକା ଓ ସହାୟିକା ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ