April 24, 2026

କଇଁଛ ପିଠିରେ ଜଗନ୍ନାଥକଂ ଚିତ୍ର ଆକିଂବା ଘଟଣାରେ ୨ ଗିରଫ 

IMG-20250708-WA0069
Share

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ ଜିଲ୍ଲାର ବିଜେପୁର ଅଞ୍ଚଳରେ ଏକ ଇଣ୍ଡିଆନ ଫ୍ଲାପ୍ ସେଲ୍ ଟର୍ଟଲ (କଇଁଛ) ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ଫେସବୁକ୍ ରିଲ୍ସ ଭିଡ଼ିଓ ପ୍ରସାରଣ କରାଯାଇଥିବା ଘଟଣାରେ ବନ ବିଭାଗ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଶିଷ ମେହେର କଇଁଛ ପିଠିରେ ରଙ୍ଗ ତୂଳୀରେ ଚିତ୍ର ଆଙ୍କିଥିବା ବେଳେ ଅବିନାଶ ବଗର୍ତ୍ତୀ ଏହାର ଭିଡ଼ିଓ ଉଠାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ସିଡ୍ୟୁଲ-୧ ଅନୁଯାୟୀ ଅପରାଧ ବୋଲି ବିବେଚିତ ହୋଇଛି, ଯେଉଁଥିପାଇଁ ୭ ବର୍ଷ ଜେଲ ଓ ₹୧ ଲକ୍ଷ ଜରିମାନାର ପ୍ରାବଧାନ ରହିଛି।