March 7, 2026
IMG-20250708-WA0049
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ଜିଲ୍ଲା ଭେଡେନ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡ଼ା ଗ୍ରାମରୁ କେନାଲ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ

ଶୋଚନୀୟ ହୋଇଛି। ଏହି ରାସ୍ତାରେ ପ୍ରତ୍ୟହ ହଜାର ହଜାର ଲୋକ ଚାଲି ଚାଲି ତଥା ବିଭିନ୍ନ ଯାନବାହନ ମାଧ୍ୟମରେ ଯିବା

ଆସିବା କରନ୍ତି,ବିଶେଷ କରି ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ତଥା ଜନସାଧାରଣ କାଦୁଅ ଭିତରେ ଯିବା ଆସିବା

କରନ୍ତି। ବ୍ଲକ ପ୍ରଶାସନ ଏହି ରାସ୍ତାର ଦୂରବସ୍ଥା ଜାଣି ସ୍ଥାୟୀ ସମାଧାନ କରୁନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ

କରୁଛନ୍ତି, ୨୦୨୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଥର ଜନଶୁଣାଣି ରେ ଅଭିଯୋଗ କରହୋଇ ସାରିଲାଣି ହେଲେ ଆଜି ପର୍ଯ୍ୟନ୍ତ

କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସ୍ବାଧୀନତା ର ୮ ଦଶନ୍ଧି ପରେ ବି ଲୋକେ ଏଭଳି ରାସ୍ତାରେ ଯିବା ଆସିବା

ଗ୍ରହଣୀୟ ନୁହେଁ ଏହା ସ୍କୁଲ ପିଲା ମତ ପ୍ରକାଶ କରନ୍ତି ।