March 7, 2026

ଆଗକୁ ଚାଲିବାକୁ ଅଛି ପଥ ବହୁଦୂର, ଇଏତ ନିମିତ୍ତ ମାତ୍ର

IMG-20250708-WA0047
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ତିନିକୁଦି ଗ୍ରାମର ଯୁବଗୋଷ୍ଠୀ ଏବଂ ପୁରୀଜିଲ୍ଲାର କିଛି ସମାଜସେବୀ ଯୁବକ ମାନଙ୍କୁ ନେଇ ଗଠିତ ହୋଇଥିଲା ଆଞ୍ଚଳିକ ସେବାସଙ୍ଘ l ଏହି ଆଞ୍ଚଳିକ ସେବାସଙ୍ଘ ବର୍ତ୍ତମାନ ଦେଢବର୍ଷର ଶିଶୁଟିଏ l ପ୍ରଥମେ ନିଜଗ୍ରାମ ତିନିକୁଦି ଠାରୁ ପୁରୀ ସାତପଡ଼ା ମୁଖ୍ୟରାସ୍ତା ରେଣ୍ଢାବ୍ରିଜ ପର୍ଯ୍ୟନ୍ତ ବର, ଓସ୍ତ, ପଣସ, ଲିମ୍ବ ଇତ୍ୟାଦି ବୃକ୍ଷରୋପଣ କରି ତାର ରକ୍ଷାଣାବେକ୍ଷଣ କରି ଗଛଗୁଡ଼ିକୁ ବଢିବାକୁ ଦେବା ସହିତ ପରେପରେ ବ୍ରହ୍ମଗିରି ର ମୁଖ୍ୟ ଚିକିତ୍ସାଳୟ ରେବେଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,କେରାଣ୍ଡିଆର ବାହାର ଏବଂ ଭିତର ପରିବେଶକୁ ସଫାକରିବା ସହିତ ବିଭିନ୍ନ ଆୟୁର୍ବେଦିୟ ଔଷଧୀୟ ବୃକ୍ଷ ରୋପଣ କରିବା ସହିତ ବାଲିହରଚଣ୍ଡୀ ମନ୍ଦିର ଚତୁଃପାର୍ଶ୍ୱରେ ଶତାଧିକ ବିଭିନ୍ନ ବୃକ୍ଷ ଲଗାଇ ବହୁତ କମଦିନରେ ” ପ୍ରକୃତି ମିତ୍ର ” ସମ୍ମାନ ରେ ସମ୍ମାନିତ ହୋଇ ସଫଳତାର ସ୍ୱାଦ ଚାଖିଥିଲା ଆଞ୍ଚଳିକ ସେବା ସଂଘ l ଏହାପରେ ଅନୁଷ୍ଠାନର ସଦସ୍ୟସଦସ୍ୟା ମାନେ ପୁରୀ ସଦର ଖଡ଼ିପଦା ଠାରେ ଥିବା ବୃଦ୍ଧାଶ୍ରମ ସଂକଳ୍ପ ଫାଉଣ୍ଡେସନ ର ଏକୋଇଶି ଜଣ ବୃଦ୍ଧବୃଦ୍ଧା ମାନଙ୍କ ସହିତ ମିଶି ଭୋଜିକରି ଏକାଠି ବସି ଖାଇ ବାପା ମା ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ଅନୁଷ୍ଠାନ ର ସମସ୍ତ ସଭ୍ୟ ସଭ୍ୟାମାନେ l ସେହିପରି କାର୍ତିକପୂର୍ଣ୍ଣମୀରେ ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଛଡା ଯାଉଥିବା କଦଳୀବାହୁଙ୍ଗା ଡ଼ଙ୍ଗା, କାଗଜ ଡ଼ଙ୍ଗା, ପ୍ଲାଷ୍ଟିକ ଡ଼ଙ୍ଗା, ସୋଲରେ ତିଆରି ଡ଼ଙ୍ଗା ଇତ୍ୟାଦି ପରିବେଶକୁ ଦୂଷିତ କରୁଥିବା ବେଳେ ସଂଘର ସଦସ୍ୟମାନଙ୍କ ଦ୍ୱାରା ଦିଗବାରେଣୀ ଖୁଣ୍ଟି ଠାରୁ ବଳିଆପଣ୍ଡା ଲାଇଟହାଉସ ପର୍ଯ୍ୟନ୍ତ ସଫେଇ କରି କେବଳ ପୁରୀଜିଲ୍ଲାରେ ନୁହେଁ ଓଡିଶାରେ ନୁହେଁ ସାରା ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଞ୍ଚଳିକ ସେବା ସଙ୍ଘ l ସେହିପରି ମହାପ୍ରଭୁଙ୍କ ଅଣସର ଯାତ୍ରା ବ୍ରହ୍ମଗିରି ର ଶ୍ରୀଅଲାରନାଥଙ୍କ ପୀଠରେ ପନ୍ଦରଦିନ, ମାବାଲିହରଚଣ୍ଡୀଙ୍କ ପୀଠରେ ରଜପର୍ବ ଚାରିଦିନ ଏବଂ ରଥଯାତ୍ରା ରେ ଘୋଷଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସକାଳୁ ଉପମା, ମଟର ଦିନରେ ଅନ୍ନ, ଡାଲମା, ଖଟା, ସନ୍ଧ୍ୟାରେ ଚା, ବିସ୍କୁଟ ଏବଂ ରାତିରେ ରୁଟି ଡାଲମା ବଣ୍ଟନ କରି ସବୁ ଅନୁଷ୍ଠାନ ରୁ ସମ୍ମାନିତ ହୋଇଛି ଆଞ୍ଚଳିକ ସେବାସଙ୍ଘ l ଏହି ସଙ୍ଘର ମୁଖ୍ୟ ଆବାହକ ଚାଟାଡ଼ ଆକାଉଣ୍ଟାଟ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ବସନ୍ତ କୁମାର ସୁନ୍ଦରାୟ, ଅଧକ୍ଷ ବିଜୟ କୁମାର ଜେନା, ସମ୍ପାଦକ ଗୌତମ ଜେନାଙ୍କ ସହିତ ଆଡଭୋକେଟ ରମାଶଙ୍କର ପାତ୍ର, କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶି ଦାସ, ସାମ୍ବାଦିକ ରମେଶ ସାହୁଙ୍କ ସହିତ ପୁରୀଜିଲ୍ଲାର ବିଭିନ୍ନ ସମାଜସେବା ସଂସ୍ଥାର ବରିଷ୍ଠ ବ୍ୟକ୍ତିତ୍ୱମାନେ ସଂଘକୁ ଆଗକୁ ନେବାରେ ପୂର୍ଣ୍ଣ ସହଯୋଗ କରିଛନ୍ତି l ସଂଘ ଦିନକୁ ଦିନ ସଫଳତା ର ସିଡ଼ି ଚଢ଼ୁଥିବା ବେଳେ ” ଇଏତ ନିମିତ୍ତ ମାତ୍ର, ଆଗକୁ ଚାଲିବାକୁ ଅଛି ପଥ ବହୁଦୂର ” କହିଛନ୍ତି ସଙ୍ଘର ଅଧକ୍ଷ ବିଜୟ କୁମାର ଜେନା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ