ବୁଗୁଡ଼ାରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ , ୪ ଲକ୍ଷ ୩୯ ହଜାର ଚାରା ବିନିଯୋଗ କରିବ ବନ ବିଭାଗ

ବୁଗୁଡ଼ାରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ , ୪ ଲକ୍ଷ ୩୯ ହଜାର ଚାରା ବିନିଯୋଗ କରିବ ବନ ବିଭାଗ
ବୁଗୁଡ଼ା : ତା ୦୮/୦୭/୨୩ : ଚଳିତ ବର୍ଷ ବୁଗୁଡ଼ା ବନ
ବିଭାଗ ୪ ଲକ୍ଷ ୩୯ ହଜାର ଚାରା ବିନିଯୋଗ କରିବାକୁ ଥିବାବେଳେ ସେଥି ମଧ୍ୟରୁ ୨ ଲକ୍ଷ ୭୫ ହଜାର ଚାରା ଲୋକଙ୍କୁ ବିତରଣ କରିବ ଏବଂ ୧ ଲକ୍ଷ ୬୪ ହଜାର ଚାରା ବିଭିନ୍ନ ଜଙ୍ଗଲରେ ନିଜେ ଲଗାଇବ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ ପାଇଛି । ଏଥି ନିମନ୍ତେ ବୁଗୁଡ଼ା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ଦ୍ବାରା ଚାରା ବିତରଣ କେନ୍ଦ୍ର ଏବଂ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ଦ୍ଵାରା ଭ୍ରାମ୍ୟମାଣ ଚାରା ବିତରଣ କେନ୍ଦ୍ରର ଉଦଘାଟିତ ହୋଇଯାଇଛି । ବୁଗୁଡ଼ା ବନାଞ୍ଚଳର ବାଘୁଆ ,ବି.ବ୍ରହ୍ମପୁର , ଶାଙ୍କୁଳାଈ ଓ ପଞ୍ଚଭୁତିରେ ଚାରା ପ୍ରସ୍ତୁତି ଓ ବିତରଣ କେନ୍ଦ୍ରମାନ ରହିଛି । ଉକ୍ତ କେନ୍ଦ୍ରଗୁଡ଼ିକରେ ନିମ, ଜାମୁ, ଶାଳ, ପିଆଶାଳ, କରଞ୍ଜ, ପିଜୁଳି , ସୀତାଫଳ , ଅଁଳା, ହରିଡା, ବାହାଡା , ଆମ୍ବ ଓ ପଣସ ସମେତ ଅନ୍ୟାନ୍ୟ କିସମର ଚାରା ମଧ୍ୟ ଗଚ୍ଛିତ ରହିଛି । ତେବେ ପ୍ରତି ଚାରାକୁ ୧ ଟଙ୍କାରେ ଲୋକଙ୍କୁ ବିକ୍ରି କରାଯାଉଥିବା ବେଳେ ଅନୁଷ୍ଠାନଗୁଡିକୁ ମାଗଣାରେ ଚାରା ଯୋଗାଇ ଦିଆଯାଉଥିବା ଜଣାଯାଇଛି ।