April 19, 2025

ବାଣୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର କୁ ଯାତ୍ରୀବାହି ବସସେବାର ପ୍ରଚଳନ ର ଶୁଭାରମ୍ଭ

Share

ବାଣୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର କୁ ଯାତ୍ରୀବାହି ବସସେବାର ପ୍ରଚଳନ ର ଶୁଭାରମ୍ଭ
====================
ତିର୍ତ୍ତୋଲ :- ପ୍ରସିଦ୍ଧ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ ଶାରଳା ପୀଠରୁ ଗତ ଶ୍ରୀଗୁଣ୍ଡିଚା ଦିନଠାରୁ , ଶ୍ରୀକ୍ଷେତ୍ର ପୁରୀ କୁ, ଶିବଶକ୍ତି ନାମକ ଏକ ଘରୋଇ ଯାତ୍ରୀବାହି ବସ, ପ୍ରତିଦିନ ଯାତାୟତ କରୁଥିବାର ଦେଖିବାକୁ ମିଳିଛି। ଓ ଆର 0୨୧/ଇ ୩୯୬୫ ନମ୍ବର ଏହି ଯାତ୍ରୀବାହି ବସ୍ ଟି ପ୍ରତିଦିନ ସକାଳ ୬ ଟା ବେଳେ ସାରଳାମନ୍ଦିର ସିଂହଦ୍ୱାର ନିକଟରୁ ଯାତ୍ରା ଆରମ୍ଭ କରି , ଦଳିଆଛକ, କଟରା , ପଟିଲ, କନକଦୁର୍ଗା ବାଟଦେଇ ସାଁପୁର ସାମା ଛକ ନିକଟରେ ବାହାରି, ୭ ଟା ବେଳେ ଜଗତସିଂହପୁର ବସଷ୍ଟାଣ୍ଡ ରେ ପହଞ୍ଚିବା ପରେ , ସାଢ଼େ ୭ ଟାରେ ଜଗତସିଂହପୁର ରୁ ଛାଡୁଚି । ପରେ ପରେ କାଦୁଅପଡା ଡିହସାହି , ବାଲିଭଉଁରୀ , ଅଲଣ। ହାଟ , ନାଉଗାଁ, ଶିଖରଘାଟ , ନୂଆହାଟ, ଚାରିଛକ, ଗୋପ , ନାଗପୁର, ଛଇତନ, ବାଲିଘାଇ ନିକଟରେ ବାହାରି ପୁରୀରେ ଦିନ ୧୦ ଟା ୩୦ ମିନିଟ୍ ରେ ପହଞ୍ଚି ଯାଉଛି । ପୁନଶ୍ଚ ପୁରୀରୁ ଦିନ ୨ ଟା ରେ ବାହାରି ସେହି ରୁଟଦେଇ ସଂନ୍ଧ୍ୟା 6ଟା 30 ମିନିଟରେ ଝଙ୍କଡ଼ ସାରଳାଙ୍କ ପୀଠ କନକପୁର ଠାରେ ପହଞ୍ଚି ଯାଉଛି । ଏଥି ନିମନ୍ତେ ବାଣୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଟିକେଟର ମୂଲ୍ୟ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। କିଛଦିନ ପୂର୍ବରୁ ରାଜ୍ୟପରିବହନ ମନ୍ତ୍ରୀ ଟୁକୁନୀ ସାହୁ ସାରଳା ମନ୍ଦିର ପରିଦର୍ଶନ ରେ ଆସିଥିବା ଅବସରରେ ସ୍ଥାନୀୟ ଅଧିବାସୀ ମାନେ , ଏଠାକୁ , କଟକ ରୁ ମୋ ବସ ସେବା ଓ ରାଜଧାନୀ ଭୁବନେଶ୍ବର ଠାରୁ ସରକାରୀ ଯାତ୍ରୀବାହି ବସ୍ ଚାଲିବା ନିମନ୍ତେ ନିବେଦନ କରିଥିଲେ । ମନ୍ତ୍ରୀ ମହୋଦୟା ମଧ୍ୟ ଲୋକମାନଙ୍କର ଏହି ଦାବୀକୁ ଗ୍ରହଣ କରିବା ସହିତ ଏଥିପାଇଁ ସରକାର ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ। ହେଲେ ମନ୍ତ୍ରୀଙ୍କ ପ୍ରତିଶୃତି କାର୍ଯକାରୀ ହେବା ପୂର୍ବରୁ , ବାଣୀକ୍ଷେତ୍ର ଝଙ୍କଡ଼ ରୁ ଶ୍ରୀକ୍ଷେତ୍ର ପୁରୀ ଏହି ଘରୋଇ ଯାତ୍ରୀବାହି ବସ୍ ଚାଲିବା ଯୋଗୁଁ ସ୍ଥାନୀୟ ଅଧିବାସୀ ମାନେ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି! ତେବେ ସ୍ୱଳ୍ପ ସମୟ ଓ ଅଳ୍ପପଇସା ରେ ଏ ଅଞ୍ଚଳବାସୀ ଙ୍କ ସମେତ ଯାତ୍ରୀମାନେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଦର୍ଶନ ର ସୁଯୋଗ ପାଉଥିବାରୁ ସାଧାରଣରେ ଏହି ବସସେବା ସଂସ୍ଥା କୁ ଉଚ୍ଚପ୍ରଶଂସା କରା ଯାଉଛି ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !