April 25, 2026

ସ୍ୱୋର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ ଙ୍କ ସ୍ମୃତି ଚାରଣ ସଭା ।

IMG-20230708-WA0016
Share

ସ୍ୱୋର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ ଙ୍କ ସ୍ମୃତି ଚାରଣ ସଭା ।
କାକଟପୁର,,କାକଟପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ , ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱୋର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ ଙ୍କ ସ୍ମୃତି ଚରଣ ସଭା ତାଙ୍କ କାକଟପୁର ସ୍ଥିତ ବସଭାନ ସମୂଖରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି । ଅତିଥି ମାନେ ସ୍ୱୋର୍ଗତ ଖୁଣ୍ଟିଆ ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜୋଳନ୍ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବାପରେ,ଶିକ୍ଷାବିତ୍ କାଳନ୍ଦି ଚରଣ ଛାଟୋଇ ଙ୍କ ସଭାପତତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ଚରଣ ସଭାରେ,ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ,କାକଟପୁର ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ସତ୍ୟ ବ୍ରତ ପାତ୍ର,କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ,କଂଗ୍ରେସ ନେତା ବିଶ୍ବି ଭୂଷଣ ଦାସ,କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ଖୁଣ୍ଟିଆ, କଳାକାର ପ୍ରଦ୍ୟୁମ୍ନ ଲେଙ୍କା,ସମେତ ବହୁ ବୁଦ୍ଧିଜୀବୀ ସ୍ମୃତି ଚାରଣ ସଭାରେ ଉପସ୍ଥିତ ରହି,ତାଙ୍କର ଶିକ୍ଷାଦାନ, ଛାତ୍ର ବତ୍ସଳ,ଜନସେବା,ସର୍ବୋପରି ରାଜନୈତିକ କ୍ଷେତ୍ରରେ,ତାଙ୍କର,କାକଟପୁର ନିର୍ବାଚନ ମଣ୍ଡଳୀରେ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିବା ସହ,ତାଙ୍କର ଅତୀତର କାର୍ଯ୍ୟ ,ସହ କର୍ତ୍ୟବରେ ଅବହେଳା ନ କରିବା ଆଦି ଉପରେ ଆଲୋକ ପାତ କରି ଥିଲେ । ଏହି ସ୍ମୃତି ସଭାର ଅନ୍ୟ ମାନଙ୍କ ମଧ୍ୟରେ, ଆଇନ ଯିବି, ପ୍ରଫୁଲ୍ଲ ନାୟକ,ଶିକ୍ଷାବିତ୍ ଭ୍ରମର ବର ଓଝା,ଅନାଦି ଚରଣ ସ୍ବାଇଁ,ଅଧ୍ୟାପକ ଲଲାଟେନ୍ଦୁ ସ୍ବାଇଁ,ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ଯୁବନେତା ଜିତେନ୍ଦ୍ର ନାୟକ ,ପ୍ରଫୁଲ୍ଲ ପରିଡ଼ା ଙ୍କ ସମେତ ଅସ୍ତରଙ୍ଗ,କାକଟପୁର, କୋଣାର୍କ ଅଞ୍ଚଳର ବହୁ ଶିକ୍ଷାବିତ୍,ସାଧାରଣ ଜନତା ଯୋଗ ଦେଇ,ଲୋତକ ଭରା କଣ୍ଠ ରେ ସୋର୍ଗଟ ଖୁଣ୍ଟିଆ ଙ୍କର୍ ସ୍ମୃତି ଚାରଣ କରିଥିଲେ ।
ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed