March 10, 2026

ଖଣ୍ଡଦେଉଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ

IMG-20250608-WA0058
Share

ବିଶ୍ୱ ପରିବେଶ ଦିବସ ଅବସରରେ କୃଷି ଶିକ୍ଷା ସଦନ , ଓୟୁଏଟି, ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସଵ ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରୀ ଗ୍ରାମ ପଞ୍ଚାୟତ ଅଧିନସ୍ତ ଖଣ୍ଡଦେଉଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ଲାଭ କରିଛି। ମୁଖ୍ୟ ଅତିଥି ରୂପେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ପରିବେଶ ଜଳବାୟୁ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ସିଂ ରାମ ଖୁଣ୍ଟିଆ ଙ୍କ ସହ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ସଚେତନତା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଦ୍ୟାଳୟକୁ ପୁରସ୍କୃତ କରିଥିଲେ । ପ୍ରଧାନଶିକ୍ଷକ ସଞ୍ଜୟ ସେଠୀ ଓ ସହକାରୀ ଶିକ୍ଷକ ଚନ୍ଦନ ମହାରଣା ମୁଖ୍ୟଅତିଥି ଙ୍କ ଠାରୁ ପ୍ରମାଣ ପତ୍ର ସହ ୨୦ ହଜାର ଟଙ୍କା ଚେକ୍ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ପରିବେଶ ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ସଚିବ ଜି. ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ ।ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର