March 10, 2026

କୋରାପୁଟ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

IMG-20250608-WA0003
Share

 

 

 

 

କୋରାପୁଟ (ହରିଶ କୁମାର ପଟନାୟକ ) :କୋରାପୁଟ ବନାଞ୍ଚଳ ଦ୍ଵାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି I ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ସମାରୋହ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ I କୋରାପୁଟ ବନଖଣ୍ଡ ଅଧିକାରୀ ପି. ଭାସ୍କର ରାଓ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ଭି କିର୍ତ୍ତୀ ୱାସନ, ଏସପି ରୋହିତ ବର୍ମା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ I ଏହି ଅବସର ରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଚାରା ରୋପଣ କରା ଯାଇଥିଲା I ବରିଷ୍ଠ ଶିକ୍ଷକ ତଥା ବୃକ୍ଷ ପ୍ରେମୀ ସୁରେନ୍ଦ୍ର କୁମାର ତନ୍ତି ଙ୍କୁ ପ୍ରକୃତି ମିତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା I ଶ୍ରୀ ତନ୍ତି ଙ୍କୁ ନଗଦ ୧୦ ହଜ଼ାର ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା I ସୁନାପୁର ଭଜନ ମଣ୍ଡଳୀ ର ଶ୍ରୀମତୀ ଇନ୍ଦିରା ଦଳେଇ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା I ଶ୍ରୀମତୀ ଦଳେଇ ୨୦୧୪ ମସିହା ରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଜାଗା ରେ ବୃକ୍ଷରୋପଣ କାର୍ଯ୍ୟ କରିଆସୁଛନ୍ତି I ତାଙ୍କର ଗଛ ଲଗାଇବା ଏକ ସଉକ ଓ ଅଭ୍ୟାସ I ସେ ଜଣେ ପ୍ରକୃତି ପ୍ରେମୀ ମଣିଷ I ଆଜି ତାଙ୍କୁ ମାନ ପତ୍ର ସହ ଦଶ ହଜ଼ାର ଟଙ୍କା ର ଏକ ଚେକ ବିଭାଗ ତରଫ ରୁ ପ୍ରଦାନ କରାଯାଇଥିଲା I ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି I