March 10, 2026

ବିଜୁ ପଟ୍ଟନାୟକ ସ୍ମୃତି କମିଟି ଗଠନ

IMG-20230608-WA0022
Share

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଅନନ୍ତେଇ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଁ ମହୁରୀ କାଳୁଆ ପିଠାରେ ବୁଧବାର ମଧ୍ୟାହ୍ନ ସମୟରେ ବିଜୁ ପଟ୍ଟନାୟକ ସ୍ମୃତି କମିଟି ଗଠନ ହୋଇଥିଲା ଜିଲ୍ଲା କୃଷକ ସମବାୟ ସମିତିର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁ ପଟ୍ଟନାୟକ ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ା. ରମେଶ ଚନ୍ଦ୍ରଚାଉ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବେଳେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବେଳେ ଦିଗପହଣ୍ଡି ବିଧାୟକଙ୍କ ସହଯୋଗୀ ସିମାବାବୁ, ସଭାପତି କାମେଶ୍ୱର ବିଶ୍ୱାଳ, ସମ୍ପାଦକ ମନୋଜ କୁମାର ପ୍ରଧାନ, କୋଷାଧକ୍ଷ ଶ୍ରୀହରି ପ୍ରଧାନ, ସରପଞ୍ଚ ଓ ସମିତି ସଭ୍ୟ , ପଞ୍ଚାୟତର ବାସୀ ଉପସ୍ଥିତିରେ ମହୁରୀ କାଳୁଆ ଠାରେ ବିଜୁ ପଟ୍ଟନାୟକ ସ୍ମୃତି କମିଟି ଗଠନ କରାଗଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ