ଭିଟାମିନ-ଏ ଓ କୃମି ନାଶକ ଔଷଧ ବଣ୍ଟନ ଓ ବିନିଯୋଗ ସମ୍ପର୍କେ ପ୍ରଶିକ୍ଷଣ
ବୁଗୁଡା: ତା ୦୮/୦୬/୨୩ : ସ୍ଥାନୀୟ ବଳଦେବସ୍ବାମୀ କଲ୍ୟାଣ ମଣ୍ଡପ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇଣ୍ଡିଆ‘ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ବେଚ୍ଛାସେବୀ ସଙ୍ଗଠନର ନିର୍ଦ୍ଦେଶକ କୁମୁଦ ଚନ୍ଦ୍ର ବେହେରାଙ୍କ ପୌରହିତ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବଂଶୀଧର ନାୟକ ଓ ରଘୁନାଥ ସାହୁ ଯୋଗଦେଇଥିବା ବେଳେ ଏଞ୍ଜେଲସ୍ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଦିନବନ୍ଧୁ ମହାରଣା ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ ।
ଉକ୍ତ କର୍ମଶାଳାରେ ୬ ମାସରୁ ୫ ବର୍ଷର ଶିଶୁଙ୍କ ଅପପୁଷ୍ଟି ଦୂରୀକରଣ ପାଇଁ ଅତିରିକ୍ତ ପୋଷଣ ଉପଚାର କାର୍ଯ୍ୟକ୍ରମରେ ନିୟୋଜିତ କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷିତ କର୍ମୀଙ୍କ ଦ୍ୱାରା ବୁଗୁଡ଼ା , ପୋଲସରା ଓ ଜଗନ୍ନାଥପ୍ରସାଦ ଆଦି ବ୍ଲକର ଦଳିତ ଓ ଆଦିବାସୀ ପରିବାରର ଶିଶୁମାନଙ୍କୁ ଭିଟାମିନ-ଏ ଦ୍ରବଣ ଓ କୃମିନାଶକ ବଟିକା ବଣ୍ଟନ କରାଯିବାକୁ ଥିବାବେଳେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ମହାନ୍ତି ଏବଂ ଗୋଷ୍ଠୀ ସଙ୍ଗଠକ ବବିତା ସାହୁଙ୍କ ସମେତ ସଞ୍ଜୟ ପ୍ରଧାନ, ରଶ୍ମିତା ବେହେରା, ସନ୍ତୋଷ ନାୟକ, ମମତା ପ୍ରଧାନ, ମମତା ନାୟକ ଓ ମଞ୍ଜୁଲତା ମଲିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।