March 10, 2026

ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପୁରୁଣାକୋଟ ସରକାରୀ ନୋଡାଲ ୟୁପି ସ୍କୁଲରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଦ୍ୱାରା ଦୁଇଟି

IMG-20250508-WA0067
Share

ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପୁରୁଣାକୋଟ ସରକାରୀ ନୋଡାଲ ୟୁପି ସ୍କୁଲରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଦ୍ୱାରା ଦୁଇଟି ନବନିର୍ମିତ ଶ୍ରେଣୀଗୃହ ଲୋକାର୍ପିତ ହୋଇଛି । ଢେଙ୍କାନାଳର ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ହିନ୍ଦୋଳର ବିଧାୟିକା ସିମାରାଣୀ ନାୟକ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

 

ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ଆଖପାଖ ଗାଁରୁ ଏହି ବିଦ୍ୟାଳୟକୁ ଆସୁଥିବା ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ମାନର ଶିକ୍ଷ୍ୟଣୀୟ ପରିବେଶ ପ୍ରଦାନ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।ଏହି ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ପଢିବା ପାଇଁ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତାକୁ ପୂରଣ କରିବା ପାଇଁ ତଥା ଦୀର୍ଘସ୍ଥାୟୀ ପଦକ୍ଷେପ ସୁନିଶ୍ଚିତ କରି ଟିଏସଏଫ ତରଫରୁ ଏହି ନିର୍ମାଣ କାର୍ଯ୍ୟ କରାଯାଇଛି। ସ୍ୱଚ୍ଛ ଓ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିଏସଏଫ ତରଫରୁ ୨ କିଲୋୱାଟ ବିଶିଷ୍ଟ ସୋଲାର ଶକ୍ତି ସଂଯୋଗ କରାଯାଇଛି। ବିଦ୍ୟାଳୟ ପରିସରକୁ ଆସୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବା ପାଇଁ ୱାଟର ପ୍ୟୁରିଫାୟର ଲଗାଯାଇଛି।

 

ରିପୋର୍ଟର ଅଜିତ୍ କୁମାର ଭୋଇ