March 10, 2026

ଚର୍ତୁଦଶ ଦିବସରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଦର୍ଶନୀୟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା , ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ 

IMG-20250508-WA0065
Share

ବୁଗୁଡ଼ା : ତା ୦୮/୦୫/୨୫ : ଗତ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇଥିବା ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଚର୍ତୁଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ମଦନ ମୋହନ ଛକଠୁ ଷ୍ଟେଟ୍ ବ୍ଯାଙ୍କ ଛକ ପର୍ଯ୍ୟନ୍ତ ଉତ୍ସାହୀ ବ୍ଯକ୍ତିଙ୍କୁ ନେଇ ଗଠିତ ପୂଜା କମିଟି ତରଫରୁ ପକ୍ଷରୁ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତଙ୍କ ଦ୍ବାରା ମା’ଙ୍କ ପୂଜାର୍ଚ୍ଚନା କାର୍ଯ୍ଯ ସମ୍ପାଦନ ହୋଇଥିଲା। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପ୍ରାକ୍ତନ ସାଂସଦ କୁମୁଦିନୀ ପଟ୍ଟନାୟକ ପ୍ରମୁଖ ରାଜନେତାଗଣ ମା’ଙ୍କ କୃପା ଭିକ୍ଷା କରି ଫେରିଥିବା ଜଣାଯାଇଛି। ଏଥି ସହ ସନ୍ଧ୍ୟାରେ ମା’ଙ୍କ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ଆରତୀ ବେହେରା, ବାଣିଜା ମିଶ୍ର, କେ.ଯେମାଲୁ ପାତ୍ର, ମମତା ସାହୁ, ସାଗରିକା ସାହୁ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର ପଥ , ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ , ମୁଖ୍ୟ ସଡକ , ମଦନ ମୋହନ ଛକ, ମେଡିକାଲ ଛକ, ବୁଦ୍ଧଖୋଲ ଛକ, ନୂଆଁ ଷ୍ଟେଟ୍ ବ୍ୟାଙ୍କ ଛକ, ପୋଲସରା ରୋଡ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ଅଘୋରି , ମେଲୋଡି, ବାଘ-ବୃଷଭ ପଟୁଆର ଲୋକଙ୍କୁ ଆକର୍ଷିତ କରିଥିଲା । ଅନ୍ୟପକ୍ଷରେ ହିରୋ ସୋ ରୁମ୍ ନିକଟସ୍ଥ “ବୀର ହନୁମାନ” ମେଢ ଓ ବଡଦାଣ୍ଡସ୍ଥିତ “ରାଧାକୃଷ୍ଣ” ମେଢ ଲୋକାର୍ପିତ ହୋଇ ଲୋକଙ୍କ ଭିଡ ସାଉଁଟି ଥିବାବେଳେ ମେଡିକାଲ ଛକରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଭିଡ ଜମାଇଥିଲା। ଛକ ଛକରେ ସ୍ବାଦିଷ୍ଟ ବ୍ୟଞ୍ଜନର ବଣ୍ଟନ ଦେଖିବାକୁ ମିଳିଥିଲା