March 10, 2026

ମୁଖ୍ୟମନ୍ତ୍ରୀଙ୍କ ତାରା ତାରିଣୀ ଦର୍ଶନ ଓ ଗାଙ୍ଗଦହଣି ସ୍କୁଲ ର ସତବାର୍ଷିକୀ ପାଳନ ରେ ଯୋଗ ଦାନ

IMG-20250508-WA0060
Share

ଛତ୍ରପୁର /ତାରା ତାରିଣୀ -ତା -୮/୫/୨୫.ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆସିଛନ୍ତି l ମୁଖ୍ୟମନ୍ତ୍ରୀ ଦିନ ୧୧. ୩୦ ମିନଟ ସମୟ ରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲପେଡ ରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର ରେ ପହଞ୍ଚି ମାଙ୍କ ଦର୍ଶନ କରିଵା ସହ ପୂଜାର୍ଚନା କରିଥିଲେ l ମାଙ୍କ ଦର୍ଶନ ପରେ ହିଲଟପ ରେ ସୌନ୍ଦର୍ଯ୍ୟ ଦର୍ଶନ ସହିତ ମନ୍ଦିର ର ଚାଲିଥିବା ବିଭିର୍ନ୍ନ କାର୍ଯ୍ୟକ୍ରମ ର ନକ୍ସା ଦେଖିଥିଲେ | ଏହାପରେ ଗଣମାଧ୍ୟମ ଆଗରେ ପରମ ସୌଭାଗ୍ୟ ହେଲା ମାଆ ଙ୍କୁ ଦର୍ଶନ କରିଲି ଓ ବିକଶିତ, ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି, ଲୋକଙ୍କ ବିକାଶ ହେଉ ବୋଲି ମାଆଙ୍କ ନିକଟରେ ପାର୍ଥନା କରିଛି, ଉର୍ନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ, ଅନୁସାଙ୍ଗିକବ୍ୟବସ୍ତା ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ତେବେ ସେଠାରୁ ଫେରି ଗାଙ୍ଗ ଦହଣି ସରକାରୀ ଉର୍ନ୍ନିତ ଉଚ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ ରେ ପହଞ୍ଚି ଭାଷଣ ମାଧ୍ୟମରେ ମାଆ ତାରା ତାରିଣୀ ପିଠର ଉର୍ନ୍ନତି ପାଇଁ ୩୦ କୋଟି ଟଙ୍କା ର ଡିପିଆର ପ୍ରସ୍ତୁତ କରା ଯାଇଛି।ଖୁବ ଶୀଘ୍ର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଲେ | ମୁଖ୍ୟମନ୍ତ୍ରୀ ଙ୍କ ମନ୍ଦିର ଦର୍ଶନ ସମୟରେ ଜିଲ୍ଲା ର ବହୁ ବିଧାୟକଙ୍କ ସମେତ ଆସିକା ସାଂସଦ ଅନୀତା ସୁଭଦର୍ଶନୀ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ, ଦିଗପହଣ୍ଡି ବିଧାୟକ ସିଧାନ୍ତ ମହାପାତ୍ର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ସହ ବହୁ ବିଧାୟକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଉପସ୍ଥିତ ଥିଲେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, , ଜିଲ୍ଲା ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ଙ୍କ ସହ ବହୁ ସରକାରୀ ଅଫିସର, ପୁରୁଷୋତ୍ତମପୁର ଡ଼ଃ ଦୀପକ କୁମାର ମିଶ୍ର,ଆଇ ଆଇ ସି ରାଜେଶ ନାୟକ, ପୋଲିସ ଅଧିକାରୀ, ନେତା କର୍ମୀ ମାନେ ଉପସ୍ଥିତ ଥିଲେ | ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା | ଗାଙ୍ଗ ଦହଣୀ ବୈଠକ ସ୍ଥଳରେ ଜିଲ୍ଲାର ସବୁ ବିଧାୟକ ଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ଙ୍କ ସହିତ ଅନେକ ସରପଞ୍ଚ ସମିତି ସଭ୍ୟ, ଏନଏସି କାଉନ ସିଲର ଉପସ୍ଥିତ ଥିଲେ | ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ମାଙ୍କ ପୀଠ କୁ ଆସି ଦର୍ଶନ କରିଥିବା ବେଳେ ପୂଜକ ମାନେ ପୀଠ ରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଜଣାଇଥିବା ମଦିର ମୁଖ୍ୟ ପୂଜକ କହିଛନ୍ତି ଏହାସହ ଗାଙ୍ଗ ଦେହଣି ସଭାରେ ସ୍କୁଲ ରେ ପଢ଼ୁଥିବା ବହୁ ବୃଦ୍ଧ, ବୃଦ୍ଧା ଙ୍କୁ ଆଲୁମିନା ଭାବେ ପୁରସ୍କୃତ କରିଥିଲେ ଏବଂ ଋଷିକୁଲ୍ୟା ନଦୀରେ ପାଣି ଶୁଖିଯାଉଥିବାରୁ ଡେମ କରି ଜଳସେଚନ ହୋଇ ବହୁ ଶସ୍ୟ ଉତ୍ପାଦନ ହୋଇ ପାରିବ କହିଥିଲେ