ଉମରକୋଟ ଠାରେ ଭାଜପାର ଅପରେସନ “ସିନ୍ଦୁର” ବିଜୟ ଉତ୍ସବ ପାଳନ………..

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଭାଜପା ତରଫରୁ ଅପରେସନ ସିନ୍ଦୁର ବିଜୟ ଉତ୍ସବ ପାଳନ କରାଯାଇଛି । ଗତ ୨୨ ତାରିଖ ଦିନ ଜମ୍ମୁ ଓ କାଶ୍ମୀର ପହଲଗାଁଓ ଠାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ମାନେ ଧର୍ମ ପଚାରି ବାଛି ବାଛି ହିନ୍ଦୁ ପୁରୁଷ ମାନଙ୍କୁ ଯେଉଁ ଭଳି ବର୍ବରତାର ସହ ନିର୍ମମ ହତ୍ୟା କରିଥିଲେ । ଏହି ଘଟଣା ଶୁଣି ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଦେଶବାସିଙ୍କୁ ଭରସା ଦେଇଥିଲେ ଏହାର ପ୍ରତିଷୋଧ ନିଆଜିବ ଭାରତୀୟ ସେନାଙ୍କୁ ସଂମ୍ପୂର୍ଣ ଖୁଲା ଛୁଟ ଦିଆଜାଇଥିଲା ଠିକ୍ ୧୫ଦିନ ପରେ ତଥା ଗତ ଅର୍ଧ ରାତ୍ରିରେ ଅପରେସନ ସିନ୍ଦୁର ନାମରେ ଭାରତୀୟ ସେନା ପାକ ସିମା ପାରକରି ପାକିସ୍ଥାନ ଭିତରେ ଥିବା ୯ ଗୋଟି ଆତଂକି ଆଡା ସ୍ତଳିକୁ ବିଧ୍ବଂଶ କରିଛନ୍ତି । ଏହି ଅପରେସନ ରେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଜାର ଙ୍କ ପରିବାରର ୧୪ଜଣ ସଦସ୍ୟ ମୃତ୍ୟୁ ବରଣ କରିବା ସହ ଶତାଧିକ ଆତଙ୍କବାଦୀ ଏଥିରେ ନିପାତ ହୋଇଛନ୍ତି । ଏହି ଅପରେସନ ସିନ୍ଦୁର ସଫଳ ହୋଇଥିବାରୁ ସାରା ଦେଶ ଆଶ୍ବସ୍ତି ପ୍ରକାଶ କରିଛି ।
ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ଭାଜପା କର୍ମୀ ରାଜ ରାସ୍ତାରେ ସରକାର ଓ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ନାରାବାଜି କରି ବାଣ ଫୁଟେଇ ଯାତାୟାତ ଲୋକଙ୍କୁ ମିଠା ବାଣ୍ଟି ଅପରେସନ ସିନ୍ଦୁର ର ବିଜୟ ଉତ୍ସବ ପାଳନ କରିଥିଲେ ।