March 10, 2026

ଗଞ୍ଜାମ ତହସିଲଦାରଙ୍କ ନିର୍ଦ୍ଧେଶ କ୍ରମେ ମା’ ରାମଚଣ୍ଡୀ ମନ୍ଦିରର ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଚି଼ହ୍ନଟ କଲେ ଗଞ୍ଜାମ ରାଜଶ୍ଵ ନିରୀକ୍ଷକ

IMG-20250508-WA0039
Share

 

ଛତ୍ରପୁର. ତା -୮/୫/୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ତହସିଲ ଅନ୍ତର୍ଗତ କରପଡା ପଞ୍ଚାୟତ ର ଆଲିଆବାଦ ମୌଜା ରେ ନୀଳାଦ୍ରିପୁର ଗ୍ରାମରେ ମାଁ ରାମଚଣ୍ଡୀ ଙ୍କ ପାହାଡ ତଳେ ଥିବା ସରକାରୀ ଜମିକୁ ଚିନ୍ହଟ କଲl ଜିଲ୍ଲା ପ୍ରଶାସନ l ଏନେଇ ଆଜି ଗଞ୍ଜାମ ତହସିଲଦାର ଶ୍ରୀ ସୁକାନ୍ତ ଚନ୍ଦ୍ର ମିଶ୍ର ଙ୍କ ନିର୍ଦ୍ଧେଶ କ୍ରମେ ମନ୍ଦିର ପାଇଁ ଆସିଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଚିନ୍ହଟ କଲେ ଗଞ୍ଜାମ ରାଜଶ୍ଵ ନିରୀକ୍ଷକ ସୀତାରାମ ସାହୁ ଓ ଅମିନ ଲାଲକ୍ରିଷ୍ଣା ଦାସ ଏହି ପରିପ୍ରେକ୍ଷୀରେ ମାଁ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ, କମିଟି ଓ ଗ୍ରାମବାସି ଙ୍କ ତରଫରୁ ପରିଚାଳନା କମିଟି ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ପନ୍ଦର ଜଣିଆ କମିଟି ଉପସ୍ଥିତ ଥିଲେ l ସରକାରଙ୍କ ତରଫରୁ ଆସିଥିବା ଅନୁଦାନ ଓ ଟ୍ରଷ୍ଟ ସହଯୋଗ ରେ ମନ୍ଦିର ପାଇଁ ନାମମଣ୍ଡପ, ବୃଦ୍ଧାଶ୍ରମ, ପରିବା ହାଟ ଓ ଫୁଲ ବଗିଚା କରାଯିବା ପାଇଁ ଆବଶ୍ୟକ ଜମି ଚି଼ହ୍ନଟ କରାଯାଇଥିଲା l ଏହି ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ,ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, କୁଞ୍ଜ ନାୟକ, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଶଙ୍କର ନାୟକ, ରାମ ନାୟକ, ମକୁନ୍ଦ ନାୟକ, ନାରାୟଣ ଚର୍ତ୍ତୀ, କେଦାର ନାୟକ, ସନ୍ତୋଷ ପଣ୍ଡା ଉପସ୍ଥିତ ଥିଲେ l ଆଗାମୀ ଦିନରେ ଏହିସବୁ ଜମିରେ ରାଜ୍ୟ ସରକାରଙ୍କ ତରଫରୁ ବିଧାୟକ ଓ ସାସଂଦ ପାଣ୍ଠିରୁ ଆସିଥିବା ବିଭିନ୍ନ ପ୍ରକଳ୍ପ କରାଯିବ ଯାହାଫଳରେ ମନ୍ଦିର ର ଉନ୍ନତିକରଣ ସହିତ ସେହି ଅଞ୍ଚଳର ଯୁବପିଢ଼ି ଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଏହା ଶୁଣି ଗ୍ରାମବାସି ଗଞ୍ଜାମ ତହସିଲଦାର ଙ୍କ ପଦକ୍ଷେପ କୁ ଭୁରି ଭୁରି ପ୍ରଶଂସା କରିଥିଲେ l