ଉମରକୋଟ ଠାରେ ଶିକ୍ଷାଅନୁଷ୍ଠାନ ଗୁରୁକୃପା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…….

ମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ବିଭିନ୍ନ ସମୟ ରେ ରକ୍ତ ଅଭାବ ରେ ମୂଲ୍ୟବାନ ଜୀବନ ଚାଲିଯାଉଛି |କେତେକାଂଶ ରେ ଏହାର କୁପ୍ରଭାବ ପୁରା ପରିବାର ଉପରେ ପଡୁଥିବା ଦେଖିବାକୁ ମିଳୁଛି।
ଏହିପରିପେକ୍ଷୀରେ ବିଭିନ୍ନ ସମାଜ ମଙ୍ଗଳ ପାଇଁ କାର୍ଯ୍ୟକ୍ରମ ମାନ କରୁଥିବା ଉମରକୋଟ ସ୍ଥିତ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁରୁକୃପା ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ରକ୍ତଦାନ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉମରକୋଟ ଏବଂ ଗୁରୁକୃପା ମେଡ଼ିକାଲ୍ କଲେଜ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ଶିବିର ରେ ମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ଡଃ.ସବ୍ୟସାଚୀ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ଉମରକୋଟ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ଅନୁଗୁଳିଆ ବିଧିବଦ୍ଧ ଭାବେ ଫିତା କାଟି ଏହି ରକ୍ତଦାନ ଶିବିରର ଶୁଭ ଉଦଘାଟନ କରି ଥିଲେ ଏବଂ ପରିଶେଷରେ ଗୁରୁକୃପା ପରିବାରର ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନଙ୍କର ସକ୍ରିୟ ଅଂଶଗ୍ରହଣ କୁ ଭୁରି ଭୁରି ପ୍ରଶଂସା କରିଥିଲେ | ଆଗାମୀ ଦିନରେ ରକ୍ତ ଅଭାବ ରେ କାହାର ଜୀବନ ହାନୀ ହେବାକୁ ଦିଆଯିବ ନାହିଁ ବୋଲି ଗୁରୁକୃପା ଶିକ୍ଷା ଅନୁଷ୍ଠାନ ର ପରିଚାଳକ ଶ୍ରୀ ମନୋଜ ପାଢ଼ୀ କହିଥିବା ବେଳେ, ସମସ୍ତ ରକ୍ତ ଦାତା ମାନଙ୍କୁ ଏବଂ ଶିବିର ପରିଚାଳନା ରେ ସହଯୋଗ କରିଥିବା ସମସ୍ତଙ୍କୁ ଗୁରୁକୃପା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଧ୍ୟାପିକା ଇଂ.ଚନ୍ଦନା ମଲ୍ଲିକ ସାଧୁବାଦ ଜଣାଇଥିଲେ |