ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବନ୍ତଳା ଠାରେ ସ୍ଥାୟୀ ଦମକଳ କେନ୍ଦ୍ର ନିର୍ମାଣ ପାଇଁ ୨ କୋଟି ୫୨ ଲକ୍ଷ ଅର୍ଥ ରାଶି ପ୍ରଦାନ କରିଥିବାରୁ..

ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବନ୍ତଳା ଠାରେ ସ୍ଥାୟୀ ଦମକଳ କେନ୍ଦ୍ର ନିର୍ମାଣ ପାଇଁ ୨ କୋଟି ୫୨ ଲକ୍ଷ ଅର୍ଥ ରାଶି ପ୍ରଦାନ କରିଥିବାରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଭାରତ ସରକାର ଙ୍କର ମାନ୍ଯବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅନୁଗୁଳ ବ୍ଲକ୍ ବାସୀ ଙ୍କ ତରଫରୁ ଧନ୍ଯବାଦ୍ ଓ କୃତଜ୍ଞତା ଜଣାଉଛି। ଆଜି ବନ୍ତଳା ଠାରେ ଏହି ସ୍ଥାୟୀ ଦମକଳ କେନ୍ଦ୍ର ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଢେଙ୍କାନାଳ ଲୋକସଭା ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଓଡ଼ିଶା ଅଗ୍ନି ସେବାଶ୍ରମ ର ମହାନିର୍ଦ୍ଦେଶକ ଆଇପିଏସ ଶ୍ରୀଯୁକ୍ତ ସାର୍ଥକ ଷଡଙ୍ଗୀ ଙ୍କ ମିଶି ଭୂମି ପୂଜନ କରିଥିଲୁ। ପୂର୍ବରୁ ଗତ ଏପ୍ରିଲ ୨୬ ତାରିଖ ଦିନ ଏଠାରେ ଅସ୍ଥାୟୀ ଦମକଳ କେନ୍ଦ୍ର ର ଉଦଘାଟନ କରିବା ସହିତ ଏବେ ଏଠାରେ ସ୍ଥାୟୀ ଭାବେ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର କରୁଥିବାରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଧନ୍ଯବାଦ୍ ଓ କୃତଜ୍ଞତା ଜଣାଉଛି। ପୂର୍ବରୁ ଉଦଘାଟନ ହୋଇଥିବା ଦମକଳ କେନ୍ଦ୍ର ଓ ଏହି ସ୍ଥାୟୀ ଦମକଳ କେନ୍ଦ୍ର ଅକସ୍ମାତ ହେଉଥିବା ଦୁର୍ଘଟଣା ରୁ ଜନସାଧାରଣ ଙ୍କର ଧନ ଜୀବନ ନଷ୍ଟ ରୁ ରକ୍ଷା କରିବ। ଏହି ଭୂମିପୂଜନ କାର୍ଯ୍ୟକ୍ରମ ରେ ଆମ ସହିତ ପୋଲିସ ହାଉସିଂ କୋରପୋରେସନ ସମ୍ବଲପୁର ଡିଭିଜନ ର ମୁଖ୍ୟ ଶ୍ରୀ ଅର୍ଜୁନ ସାହୁ, ଅଗ୍ନି ସେବାଶ୍ରମ ର ଉତ୍ତରାଞ୍ଚଳ ଜୋନ୍ ର ଆରକ୍ଷା ଅଧୀକ୍ଷକ ଶ୍ରୀ କିଣ୍ଡୋ, ଅନୁଗୁଳ ବ୍ଲକ୍ ର ବିଡିଓ ଡଃ ବିଶ୍ଵ ଭୂଷଣ, ଅନୁଗୁଳ ତହସିଲଦାର ଶ୍ରୀ ଆଲୋକ ଦେହୁରୀ, ବନ୍ତଳା ଅଞ୍ଚଳର ଜନ ପ୍ରତିନିଧି, ବନ୍ତଳା ଅଞ୍ଚଳ ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଦଳ ର ନେତୃବୃନ୍ଦ ଓ ବହୁ ସଂଖ୍ଯାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ