March 10, 2026

ଜମୁଛି ପ୍ରଚାର—— ବିଶ୍ବଭୂଷଣ ଓ ରବୀନ୍ଦ୍ର ଙ୍କ ବିଶାଳ ବାଇକ୍ ରାଲି ।

557010cf-8aa8-4d65-b5fd-96f3f0168a01
Share

ଅସ୍ତରଙ୍ଗ,,,,ପୁରୀ ଜିଲ୍ଲା ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି ଓ ବି ଜେ ପି, ଦଳ ପ୍ରାର୍ଥୀ ଙ୍କ ତରଫରୁ ମୋଟର ସାଇକଲ ରାଲି ସରିଥିବା ବେଳେ କଂଗ୍ରେସ ଦଳ ତରଫରୁ ଏକ ବିଶାଳ ରାଲି ଇତିମଧ୍ୟରେ ଅନୁଷ୍ଟିତ ହୋଇ ଯାଇ ଅଛି । ଏହି ରାଲିଟି ନୟାହାଟ ର ଆଳୁଦଣ୍ଡା ପାଟଣା ନିକଟ ପେଟ୍ରୋଲ ପମ୍ପ ଠାରୁ ବାହାରି ନୟାହାଟ,କାକଟପୁର ଆଦି ଦେଇ ଦୀର୍ଘ କୋଡ଼ିଏ କିଲୋମିଟର ଅତିକ୍ରମ କରିଲା ପରେ ଶେଷରେ ଅସ୍ତରଙ୍ଗ ଠାରେ ପହଞ୍ଚିଥିଲା । ଏକ ଶୁ – ଶୋଭିତ ଖୋଲା ଜିପି ରେ ଜଗତସିଂହପୁର ସାଂସଦ ପ୍ରାଥି ଡକ୍ଟର ରବୀନ୍ଦ୍ର କୁମାର ସେଠି ଓ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ବିଶ୍ବଭୂଷଣ ଦାସ ଙ୍କୁ କଂଗ୍ରେସ କର୍ମୀ ମାନେ ବିଶାଳ ମୋଟର ସାଇକଲ ରାଲୀ ଦ୍ବାରା ପାଛୋଟି ଆଣିବା ସମୟରେ ରାସ୍ତା ର ଉଭୟ ପଟ ସହ, ବଜାର ମାନଙ୍କରେ ଥିବା ସହ ସହ ଜନସାଧାରଣ ଓ ବ୍ୟବସାୟୀ ଭାଇ ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉ ଥିବା ଦେଖିବାକୁ ମିଳିଥିଲା । ଏହି ରାଲିରେ କଂଗ୍ରେସ କର୍ମୀମାନେ ସରକାର ବିରୋଧୀ ନାରାଦେଇ , କଂଗ୍ରେସ କ୍ଷମତା କୁ ଆସିଲେ ଜନସାଧାରଣ ତଥା କୃଷକ ଙ୍କ ନିମନ୍ତେ, ନ ଗୋଟି ଗ୍ୟାରେଣ୍ଟି କାର୍ଡ ପ୍ରଚଳନ କରିବା ଓ ବିଭିନ୍ନ ଜନ ହିତକର କାର୍ଯ୍ୟ କାର୍ଯ୍ୟକାରୀ କରିବା ସହ,ଦୁଇ ପ୍ରାଥି ମାନଙ୍କୁ ହାତ ଚିହ୍ନ ରେ ଭୋଟ ଦେବା ପାଇଁ ଜନତା ଙ୍କୁ ନିବେଦନ କରୁଥିବା ରାଲି ରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ଗୋପ, କୋଣାର୍କ,କାକଟପୁର,ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ପ୍ରାୟ ତିନି ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ସାମିଲ ଥିବା ବେଳେ,କୋଡ଼ିଏ ଖଣ୍ଡ ଟ୍ରାକ୍ଟର ବହୁ ଚାରି ଚକିଆ ଯାନ ଏହି ଦଳୀୟ ରାଲିରେ ମଧ୍ୟ ସାମିଲ ରହିଥିଲା। କାକଟପୁର ବ୍ଲକ ସଭାପତି ଅବଧୂତ ସ୍ବାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ମହାନ୍ତି,ଅସ୍ତରଙ୍ଗ ବ୍ଲକ ର ସୁକାନ୍ତ ମହାନ୍ତି,ଜିତେନ୍ଦ୍ର ନାୟକ,ସୁବାସ ଚନ୍ଦ୍ର ବିଶ୍ଵାଳ,ପ୍ରଶାନ୍ତ ଭୋଳ,କୁଲୁ ଖୁଣ୍ଟିଆ,ସେକ ଲିଆକାତ,କବିତା ଦାସ ଙ୍କ ସମେତ ଦଳୀୟ ସରପଞ୍ଚ ସମିତି ସଭ୍ୟ ଆଦି ସାମିଲ ରହିଥିବାର ଦେଖା ଯାଇଥିଲା ।

ଦୁଃଶାସନ ନାୟକ,ଅସ୍ତରଙ୍ଗ