September 29, 2024

କୁଇ ସମାଜ ର ବିଶାଳ ସମାବେଶ, କୁଇ ସମାଜର ସମସ୍ତ ସମସ୍ୟା ର ସମାଧାନ କରାଯିବ – ପ୍ରଦୀପ ମାଝୀ……

Share

ଉମରକୋଟ -(ଏମ୍ ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ, ରାଇଘର ଓ ଝରିଗାଁ ବ୍ଲକ ରେ ବସ ବାସ କରୁଥିବ। କୁଇ ସମାଜର ଯାହା ବି ସମସ୍ୟା ରହିଛି ନିର୍ବାଚନ ସରିବା ପରେ ସମାଧାନ କରାଯିବ ବୋଲି ବିଜେଡି ସାଂସଦ ପ।ର୍ଥୀ ପ୍ରଦୀପ ମାଝୀ କହିଛନ୍ତି। ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ଖ।ଣ୍ଡା ଗ୍ରାମ ପଞ୍ଚାୟତର ସେମିଳିଗଦର। ଠାରେ ପ୍ରଦିପ ମାଝୀ ଙ୍କୁ ସମର୍ଥନ ଜଣାଇ ଜନ ଜାଗୃତି ମିଶନ ପକ୍ଷ ରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେଇଥିଲା। ଏହି ସମାବେଶ ରେ ପ୍ରଭୁ ଦାସ ସାନ୍ତ। ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ବିଜେଡି ସାଂସଦ ପ।ର୍ଥୀ ପ୍ରଦିପ ମାଝୀ ଯୋଗ ଦେଇଥିବା ବେଳେ ମିଶନ ର ମୁଖ୍ୟ କାଜ।ମ ମାଦ।ନି ସମ୍ମାନୀତ ଅତିଥି ଓ ଅନ୍ୟ ତମ ଅତିଥି ଭାବରେ ସୁଧାଂଶୁ ସାଧୁ,କାଉନସିଲର ତପନ କୁମାର ଦେବ ନାଥ, ପର୍ଶୁ ଭତ୍ର।, ଟୁକ। ରାମ ଭତ୍ର।, ଲାଇବନ ମାଝୀ, ଦାମ ଶାନ୍ତ।, ଲାଲୁ ସ।ନ୍ତ୍ତ। ପ୍ରମୁଖ ଯୋଗ ଦେଇ ଥିଲେ। ପ୍ରଦିପ ମାଝୀ ନିଜ ଭାଷଣ ରେ କୁଇ ସମାଜ ର ଯାହା ବି ସମସ୍ୟା ଅଛି ମୁ ଅବଗତ ଅଛି, ନିର୍ବାଚନ ସରିବା ପରେ ମୁଁ ତାହାର ସମାଧାନ କିପରି ହେବ ଚେଷ୍ଟା କରିବି ଓ ଏହା ମୋର ପ୍ରାଥମିକତା ହେବ ବୋଲି କହିଥିଲେ। ମୋତେ ନିର୍ବାଚନ ରେ ଜନ ଜାଗୃତି ମିଶନ ସମର୍ଥନ କରିଥିବାରୁ ଏହାର ମୁଖ୍ୟ କ।ଜାମ ମଦ।ନି ଓ ଅନ୍ୟ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ପ୍ରଦିପ କହିଥିଲେ। ମିଶନ ର ମୁଖ୍ୟ କାଜାମ ମାଦ।ନି ନିଜ ଅଭିଭାଷଣ ରେ କୁଇ ସମାଜର କିଛି ସମସ୍ୟା ପ୍ରଦିପ ଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥିଲେ। ଏହି ଅଂଚଳ ର ବିକାଶ ଓ ଲୋକ ଙ୍କ ସହ କେବଳ ପ୍ରଦିପ ମାଝୀ ହିଁ କରିପାରିବେ ବୋଲି ଅନୁଭବ କରି ପ୍ରଦିପ ମାଝୀ ଙ୍କୁ ଜନ ଜାଗୃତି ମିଶନ ସମର୍ଥନ କରୁଛି ଓ ଆଗମୀ ନିର୍ବାଚନ ରେ କୁଇ ସମାଜ ପ୍ରଦୀପ ଙ୍କୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଭରସା ଦେଇ ଥିଲେ। ସଭା ରେ ସଭାପତିତ୍ବ କରୁଥିବା ଯୁବ ନେତା ପ୍ରଭୁ ଦାସ ଶାନ୍ତ। କୁଇ ସମାଜ ସବୁ ବେଳେ ଅଂଚଳ ର ବିକାଶ ଉପରେ ଗୁରୁତ୍ବ ଦିଏ। ତେଣୁ ପ୍ରଦିପ ମାଝୀ ଙ୍କୁ ଆମେ ଉପ ଯୁକ୍ତ ଭାବି ସମର୍ଥନ ର ହାତ ବଡ।ଈଲୁ ବୋଲି କହିଥିଲେ। ପ୍ରଦିପ ଙ୍କୁ କୁଇ ସମାଜ ପୂର୍ଣ୍ଣ ସମର୍ଥନ କରୁଛି ବୋଲି କହିଥିଲେ। ସଭା
ଆରମ୍ଭ ରୁ ଅତିଥି ମାନଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ଆଦିବାସୀ ପରମ୍ପରା ଅନୁସାରେ ପାଛୋଟି ଆଣିଥିଲେ।