July 1, 2024

ସ୍ୱର୍ଣ୍ଣଚୂଡ଼ ସାହିତ୍ୟ ପରିବାରରେ ଭାଗବତ ଆଲୋଚନାଚକ୍ର ଅନୁଷ୍ଠିତ।

Share

ନୀଳଗିରି,

ଆର୍ଯ୍ୟ ଭୂମି ଭାରତ । ଦେବଭୂମି ବେଦଭୂମିର ଦେଶ ଭାରତ । ପ୍ରାଜ୍ଞ ଚେତନାର ଭୂଖଣ୍ଡ ଭାରତ । ସାଧୁ, ସନ୍ଥ ଓ ସନ୍ୟାସୀର ଦେଶ ଭାରତ । ଗୁରୁଶିଷ୍ୟ ପରମ୍ପରାର ଭୂମି ଭାରତ । ଭାଗବତ ପୂନ୍ୟାତ୍ମା ଓ ପରମାତ୍ମାର ମିଳନ କ୍ଷେତ୍ର । ନୈତିକ, ଆତ୍ମିକ ଓ ଆଧ୍ୟାତ୍ମିକ ନିଦର୍ଶନରେ ପରିପୂର୍ଣ୍ଣ ଭାଗବତ । ଶ୍ରୀମଦ ଭାଗବତ ହେଉଛି ଧାର୍ମିକ ଭାବାବେଗର ବାନ୍ମୟ ଓ ଉତ୍ତରିତ ଚେତନାର ମନ୍ମୟ ଉପସ୍ଥାପନ । ଭାଗବତ ଆଧ୍ୟାତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ସହିତ ସମାଜ ଗଠନ ପ୍ରଣାଳୀ ପାଇଁ ବିରଳ ଅନୁଭବ । ଆଜି ଏହିପରି ଭାବରେ ସ୍ଵର୍ଣ୍ଣଚୂଡ ସାହିତ୍ୟ ପରିବାରରେ ଅନୁଷ୍ଠିତ ଆଭାସୀ ଭାଗବତ ଆଲୋଚନା ପରିପ୍ରେକ୍ଷୀରେ ଉପସ୍ଥିତ ପଣ୍ଡିତ ଗଣ ମତବ୍ୟକ୍ତ କରିଛନ୍ତି । ସ୍ୱର୍ଣ୍ଣଚୂଡ ସାହିତ୍ୟ ପରିବାରର ସଭାପତି ପ୍ରବୀଣ ଶିକ୍ଷାବିତ ଦୟାନିଧି ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସତ୍ସଙ୍ଗରେ, ପ୍ରଥମେ ଅଧ୍ୟାପକ ଗଣେଶ୍ୱର ମହାନ୍ତି ସମସ୍ତଙ୍କୁ ଆଭାସୀ ମଞ୍ଚ ମାଧ୍ୟମରେ ପରିବାରକୁ ସ୍ଵାଗତ କରିଥିଲେ । ସିଦ୍ଧାର୍ଥ ଭକ୍ତିର ସୁନାମଧନ୍ୟ ଗାୟକ, ସତ୍ୟବ୍ରତ ଜେନା ପ୍ରଥମେ ଭିକାରୀ ବଳଙ୍କର ଏକ ଭଜନ ଗାନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ତାପରେ ଆଲୋଚକ ଭାବରେ ଶ୍ରୀକ୍ଷେତ୍ର ପୁରୀରୁ ପଣ୍ଡିତ ସୁବାସ ଚନ୍ଦ୍ର ମିଶ୍ର, ଜଗତସିଂହପୁର ରୁ ପଣ୍ଡିତ ଭାବଗ୍ରାହୀ ମିଶ୍ର , ସିଦ୍ଧାର୍ଥଭକ୍ତି ବାଦିପାଲାର ବିଚାରକ ପଣ୍ଡିତ ନିରଞ୍ଜନ ସାହୁ, ବଲାଙ୍ଗୀରରୁ ପଣ୍ଡିତ ଶ୍ୟାମସୁନ୍ଦର ଆଚାର୍ଯ୍ୟ, ସୁଦୂର ମୁମ୍ବାଇରୁ ସଂଯୁକ୍ତା ଦେବୀ, ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ, ଓଡ଼ିଶାର ସଂପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା , ନୀଳଗିରିରୁ ପଣ୍ଡିତ ଶକ୍ତିପଦ ମିଶ୍ର ପ୍ରମୁଖ ଭାଗବତ ସମ୍ବନ୍ଧୀୟ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ କବିବନ୍ଧୁ ପରିବାରର କାର୍ଯ୍ୟକାରୀ ସଭାପତି, ପ୍ରଫୁଲ୍ଲ ଦାସ, ସମ୍ପାଦିକା ପ୍ରଣତି ମହାପାତ୍ର, କେନ୍ଦୁଝରରୁ ରତିନାରାୟଣ ରାଉତ, ସୁଦୂର ସିକନ୍ଦରାବାଦରୁ ଶ୍ରୀମତୀ ପ୍ରିୟା ପ୍ରଧାନ, ଭୁବନେଶ୍ୱରରୁ ବନଲକ୍ଷ୍ମୀ ମହାନ୍ତି , ମୟୂରଭଂଜରୁ ଶିକ୍ଷାବିତ ଦେବେନ୍ଦ୍ର ପଣ୍ଡାଙ୍କ ସହ ବହୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ଆବାହକ ଅଧ୍ୟାପକ ଡ.ପ୍ରଦୀପ୍ତ କୁମାର ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିବାବେଳେ, ସୁଶ୍ରୀ ଜୟଶ୍ରୀ ପଣ୍ଡା ଶାନ୍ତିପାଠ କରିବା ପରେ ,ପରିବାରର କାର୍ଯ୍ୟକାରୀ ସମ୍ପାଦିକା କଵୀ ସୁଭାଷିନୀ ଜି ସଭା ସାଙ୍ଗ ହେବାର ସୂଚନା ଦେଇଥିଲେ।ଆଗାମୀ ସୋମବାର ଭାଗବତର ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟ ଆଲୋଚନା ହେବବୋଲି ,ପରିବାରର ସମ୍ପାଦକ ଡ଼.ମିଶ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଉପସ୍ଥିତ ଭକ୍ତ ଭୂୟସୀ ପ୍ରଶଂସା କରିଥିଲେ ।

ଦେବାଶିଷ ଦାଶ କ୍କ ରିପୋର୍ଟ୍,,

You may have missed