March 11, 2026

ହରିନାମ ସଂକ୍ରିତନ ସହ ସାପ୍ତାହିକ ହାଟ ବୁଲି ନିର୍ବାଚନ ପ୍ରଚାର

6f2fe1a6-17ed-4d79-8f93-281ddf0c1d19
Share

ରାୟଗଡା : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନେ ସେତିକି ନିୟାରା ଢଙ୍ଗ ରେ ପ୍ରଚାର କରିବା ଦୃଶ୍ୟ ଦେଖିବା କୁ ମିଳିଛି ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ l ସପ୍ତାହିକ ହାଟ କୁ ହାଟ ବୁଲି ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ଗତ କିଛିଦିନ ଧରି ଭାଲେରୀ ଓ ଡୁକୁମୁ ହାଟ ରେ ବୁଲି ଜନସାଧାରଣ ଙ୍କୁ ଭୋଟ ଭିକ୍ଷା କରିଛନ୍ତି l ଗତ କାଲି ସାରକା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ବିଷମକଟକ ବ୍ଲକ ଉପାଦକ୍ଷ ଦେବୀ ପଟ୍ଟନାୟକ, ବିଜେଡି କୋଷାଧକ୍ଷ ଗୋପାଳ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଶିବା ଦେଷ୍ଟି ଓ ହଜାର ହଜାର ସମର୍ଥକ ଙ୍କ ସହିତ ହାଟକୁ ଯାଇ ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାନ ବୁଝାଇବା ସହିତ ନବୀନ ବାବୁ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ବିଜେଡି ଦଳକୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ରାଜ୍ୟ ବିଜେଡି ଦଳ ର ସାଧାରଣ ସମ୍ପାଦକ ସୁଧୀର ଦାସ ନବୀନ ବାବୁ ଙ୍କ ବି କେ ଏସ ୱାଇ, ଲକ୍ଷ୍ମୀ ଯୋଜନା, ସହିତ ଡୁକୁମୁ ଅଞ୍ଚଳ ର ପିଲାଙ୍କ ପାଠ ପଢ଼ା ପାଇଁକଲେଜ ପ୍ରତିଷ୍ଠା, ଦୁର୍ଗୀ ଠାରୁ ଡୁକୁମୁ ପର୍ଯ୍ୟନ୍ତ ରାସ୍ତାର ପ୍ରଶାସ୍ତିକରଣ ସହିତ ମହିଳା ଙ୍କ ମିଶନ ଶକ୍ତି ଯୋଜନା ବିଷୟରେ ଜନସାଧାରଣ ଙ୍କୁ ବୁଝାଇଥିଲେ l ବିଜେଡି ଦଳରେ କେତେକ ବ୍ୟକ୍ତି ଭିବିଷଣ ସାଜି ଦଳ ପାଇଁ କାମକରୁଛନ୍ତି କିନ୍ତୁ କୌଣସି ଫରକ ପଡିବ ନାହିଁ ଜନତା ଜନାର୍ଦନ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଦଳ ଅଛନ୍ତି ଓ ହେଟ୍ରିକ କରି ଜଗନ୍ନାଥ ସାରକା ବିଜୟ ହେବେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l ସହିତ ଠିକ ସେହିପରି ଦୁର୍ଗା ଠାରେ ବିଜେଡି ସାଂସ୍କୃତିକ ସମନ୍ନୟ ସାମୁଖ୍ୟ ର ର ସଦସ୍ୟ ମାନେ ହରିନାମ ସଂକୀର୍ତନ ମାଧ୍ୟମରେ ବିଜେଡି ସରକାର ଙ୍କ ବିଭିନ୍ନ ଯୋଜନା କୁ ନାଚ ଗୀତ ମାଧ୍ୟମରେ ଜନସାଧାରଣ ଙ୍କୁ ସସଚେତନ କରାଇ ବିଜେଡି ଦଳକୁ ଭୋଟ ଦେବା ନିମନ୍ତେ ଅନୁରୋଧ କରିବାର ଦୃଶ୍ୟ ଦେଖିବା କୁ ମିଳିଥିଲା l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ