March 12, 2026

ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

IMG-20230508-WA0015
Share

 

ପାରଳାଖେମୁଣ୍ଡି, ତା.୦୮.୦୫.୨୦୨୩

 

ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି l ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ କୁମାର ବେହୁରା ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଡିଜେନ୍ଦ୍ରନାଥ ପାଢ଼ୀ ମଞ୍ଚାସନ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସମସ୍ତ ସାମ୍ବାଦିକ ପ୍ରତିନିଧି ପ୍ରମୁଖ ଯୋଗଦେଇ ବିଶ୍ୱ ରେଡ କ୍ରସ୍ ଦିବସ ଉପରେ ଆଲୋଚନା କରିଥିଲେ।

ପ୍ରତିବର୍ଷ ପରି ମେ ୮ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ରେଡ କ୍ରସ୍ ଦିବସ ପାଳିତ ହେଉଛି। ଆଜି ଆମେ ସମସ୍ତେ ଏକତ୍ରିତ ଜେଆନ ହେନରୀ ଡୁନଣ୍ଟଙ୍କ ପାଇଁ ସେ କେତେଯେ ମହାନ, କଳ୍ପନା କରିହେବ ନାହିଁ l ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ, ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁ ଥିଲେ l ବିଶ୍ୱ ଶାନ୍ତି ପାଇଁ ରେଡକ୍ରସ କାମ କରି ଆସିଛି ବୋଲି ସମସ୍ତ ଅତିଥି ମାନେ କହିଥିଲେ l

ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଞ୍ଜ ଯୋଗଦେଇ କହିଥିଲେ ଯେ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ଏବଂ ଜଣେ ଜଣକୁ ପ୍ରତି ଆଦର ଓ ସାହାଯ୍ୟ କରିବାର ମନବୃତ୍ତି ରହିବା ଉଚିତ୍। ଅସୁବିଧା ଲୋକମାନଙ୍କୁ ଆମେ ସାହାଯ୍ୟ କରିବା ଉଚିତ୍, ସମସ୍ତେ ଏକତା ହୋଇ କାମ କଲେ ଆମେ ବହୁତ ଲୋକଙ୍କୁ ସାହାଯ୍ୟ କରିବା ସହ ବହୁତ ଜଣଙ୍କ ଜୀବନ ବଞ୍ଚେଇ ପାରିବା ବୋଲି କୋଇଥିଲେ l

ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନର୍ମଦା ନାୟକ ଓ ବି.ଆଲୟା ରେଡି, ସମସ୍ତ ଲାଇଫ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ l

You may have missed