ନିର୍ବାଚନ କୁ ଆଖି ଆଗରେ ରଖି ପୋଲିସ ର କଡାକଡି ଯାଞ୍ଚ……

Share

 

ଉମରକୋଟ:ନିର୍ବାଚନ ର ବିଗୁଲ ବାଜିଲା ପରେ ସମଗ୍ର ଦେଶରେ ନେତାମାନଙ୍କ ଅଙ୍କକସା ଆରମ୍ଭ ହେବା ସହ ପୋଲିସ ପ୍ରଶାସନ ମଧ୍ୟ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି!ଓଡିଶା ରେ ସାଧାରଣ ନିର୍ବାଚନ ନିମନ୍ତେ ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ବଳ ପ୍ରୟୋଗ କରୁଥିବା ବେଳେ ସେପଟେ ପୋଲିସ ମଧ୍ୟ ସୀମାନ୍ତ ବର୍ତ୍ତୀ ଅଞ୍ଚଳ ରେ କଡାକଡି ଯାଞ୍ଚ ଜାରି ରଖିଛି!ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଙ୍କ ନିର୍ଦେଶକ୍ରମେ ଓ ଥାନା ଅଧିକାରୀ ଦମ୍ବରୁଧର ପ୍ରଧାନ ଙ୍କ ତତ୍ୱାବଧାନ ରେ ଏସ ଆଇ ସୌମେନ୍ଦ୍ର ସେଠ ଏବଂ ପୋଲିସ ଫୋର୍ସ ଏକତ୍ରିତ ହୋଇ ଓଡିଶା ଓ ଛତିଶଗଡ ରାଜ୍ୟ ର ସୀମାବର୍ତ୍ତୀ ଅଞ୍ଚଳ ଦଣ୍ଡେସରା ଠାରେ ଗାଡି ଯାଞ୍ଚ କଡାକଡି କରିଥିବା ଦେଖିବାକୁ ମିଳିଥିଲା!ଛତିଶଗଡ ପଟରୁ ଓଡିଶା ଏବଂ ଓଡିଶା ରୁ ଛତିଶଗଡ ଯାଉଥିବା ସମସ୍ତ ଯାନବାହାନ କୁ ଟିକି ନିକି ଭାବେ ଯାଞ୍ଚ କରିଥିଲେ!ସନ୍ଦେହ ରେ ଥିବା ଗାଡିକୁ ଅଟକ ରଖି ପଚରା ଉଚରା କରୁଥିବା ଦେଖିବାକୁ ମିଳିଥିଲା!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed