୩ ପଞ୍ଚାୟତକୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ୬ ମହିଳା ଚାଷୀ ସମ୍ବର୍ଦ୍ଦିତ

ସମ୍ବଲପୁର, ୦୮. ୦୩():ଯୁଯୁମୁରା ବ୍ଲକର ଡ଼ଙ୍ଗରପଡା, ଘେନୁପାଲି ଓ ଟାମ୍ପରଗଡ଼ ପଞ୍ଚାୟତକୁ ନେଇ ଡ଼ଙ୍ଗରପଡା ପଞ୍ଚାୟତ ଭବନରେ ଆୟୋଜିତ ହୋଇଛି ଆନ୍ତର୍ଜାତୀୟ ମହିଳା ଦିବସ।
ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି(ଏଫଇଏସ) ତରଫରୁ ଆୟୋଜିତ ସଭାରେ ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା, ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା ଓ ନାରୀଶକ୍ତି ଇନ୍ଦିରା ବଡ଼ପଣ୍ଡା ଅତିଥିଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଫଇଏସ ର ଜିଲ୍ଲା ତାଲିମଦାତା ଲୀନାରାଣୀ ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ମହିଳା ବିକାଶ ନେଇ ନିଜର ନିଜର ଅବିଭାଷଣ ରଖିଥିଲେ।
ଏହି ଅବସରରେ ଜୈବିକ କୃଷି କ୍ଷେତ୍ରରେ ନିଜର ପରାକାଷ୍ଠା ପାଇଁ ମଞ୍ଜୁଲତା ବାରିକ,ଇଞ୍ଜିଲିନା କୁଜୁର,ପ୍ରମିଳା ନାଏକ, ମନ୍ଦାକିନୀ ମିର୍ଦ୍ଧା,ଅଞ୍ଜନା ମାଝୀ ଓ କଲ୍ୟାଣୀ ନାଏକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସମସ୍ତ ପଞ୍ଚାୟତର ସିଆରପି, ଏମବିକେ, କୃଷିମିତ୍ର, ପ୍ରାଣୀମିତ୍ର,ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଜେଣ୍ଡର ସିଆରପି ପ୍ରମୁଖ ଯୋଗଦାନ କରିଥିଲେ।
ସମ୍ବଲପୁରରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ
