March 12, 2025

ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି, ବ୍ରହ୍ମପୁରରେ ସ୍ୱତନ୍ତ୍ର ସମାବେଶରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ..

Share

 

 

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଶନିବାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

 

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍‌ଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଛନ୍ତି । ଶନିବାର ସେମାନେ ପୁଣି ପାଇବେ ୫ ହଜାର । ଗୋଟିଏ ଦିନରେ ଏହି ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ଦ୍ୱିତୀୟ କିସ୍ତି ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲକ୍ରମେ ଶୁକ୍ରବାର ସୁଭଦ୍ରା ହିତାଧିକାରୀମାନେ ଘରର ମୁଖ୍ୟ ଦ୍ୱାରରେ ମା’ସୁଭଦ୍ରାଙ୍କ ନାଁରେ ସନ୍ଧ୍ୟାରେ ଦୀପ ଜାଳିଛନ୍ତି ।

 

ସୁଭଦ୍ରା ଯୋଜନା ପାଇଁ ୧ କୋଟି ୮ ଲକ୍ଷ ଆବେଦନ କରିଛନ୍ତି । ମାର୍ଚ୍ଚ ୩୧ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ହଜାର ଟଙ୍କା ମିଳିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍‌ ପଡ଼ିବେନି ତାକୁ ଗୁରୁତ୍ୱ ଦେଇ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।