ଆୟୁଷ ମହାବିଦ୍ୟାଳୟ ଛାତ୍ରବୃତ୍ତି ପ୍ରମାଣ ପତ୍ର ପ୍ରଦାନ….
ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ସମ୍ପାଦକ ଉଦୟ ଚନ୍ଦ୍ର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ନୂଆ-ଓ ଛାତ୍ରବୃତ୍ତି ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ଓ ଉପାଧ୍ୟକ୍ଷ ରକି ଭୂୟାଁ ଏବଂ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ସଂଗୀତା ପାଢି , ଓଡ଼ିଆ ବିଭାଗର ଅଧ୍ୟାପିକା ପିଙ୍କି ଗୌଡ, ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ, ଇତିହାସ ବିଭାଗର ଅଧ୍ୟାପିକା ଅମ୍ବିକା କୁମାରୀ ପାଢି ଙ୍କ ଉପସ୍ଥିତି କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରବୃତ୍ତି ବଣ୍ଟନ କରାଯାଇଛି। ଏଥିରେ ଆୟୁଷ ଡିଗ୍ରୀ ମହାବିଦ୍ୟାଳୟର ୧୨୩ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ସାଧାରଣ ବର୍ଗର ଛାତ୍ର ଙ୍କୁ ୯୦୦୦ ,ଛାତ୍ରୀ ଙ୍କୁ ୧୦,୦୦୦ ଓ ଅନୁସୂଚିତ ଜାତି ଜନଜାତି ଛାତ୍ର ଙ୍କୁ ୧୦,୦୦୦ ଓ ଛାତ୍ରୀ ଙ୍କୁ ୧୧୦୦୦ ଲେଖାଏଁ ଛାତ୍ରଛାତ୍ରୀ ମାନଙ୍କ ଖାତାରେ ଜମା ହୋଇଛି। ମହାବିଦ୍ୟାଳୟର ସମ୍ପାଦକ ଉଦୟ ଚନ୍ଦ୍ର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କୁ ନୂଆ- ଓ କାର୍ଯ୍ୟକ୍ରମ ତଥା ଛାତ୍ର ବୃତ୍ତି ପ୍ରଦାନ ଯୋଗୁଁ ” ଶିକ୍ଷାରେ ଅର୍ଥ ସଜୀବନି ବାଧ୍ୟକ ନୂଆ ଛାତ୍ର ବୃତ୍ତି ହବ ସହାୟକ ” ବୋଲି ମତ ବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନେ ଭଲ ମାନେ ଭଲ ପାଠ ପଢି ସମୃଦ୍ଧ ଓଡିଶା ଗଠନ କରିବାର ମୁଖ୍ୟମନ୍ତ୍ରୀ ଙ୍କ ସ୍ଵପ୍ନକୁ ସାକାର କରିବା ନିମନ୍ତେ ଅନୁରୋଧ କରିଛନ୍ତି। ସରକାର ଙ୍କ ଏହି ଅଭିନବ ପ୍ରୟାସ ଯୋଗୁଁ ଶିକ୍ଷା ସହାୟତା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ୟକ୍ତ କରିଛନ୍ତି। ତେବେ “ଛାତ୍ରବୃତ୍ତି ” ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ମନୋବଳ କୁ ଦୃଢ କରିଥିବା ଯୋଗୁଁ ଏବଂ ଉଚ୍ଚଶିକ୍ଷା ର ଆର୍ଥିକ ସହାୟତା କରିଥିବାରୁ ମହାବିଦ୍ୟାଳୟ ସମ୍ପାଦକ ଉଦୟ ଚନ୍ଦ୍ର ଚୌଧୁରୀ, ଅଧକ୍ଷ, ଉପାଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସମ୍ମାନନୀୟ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଏହି “ଛାତ୍ରବୃତ୍ତି ” ବଣ୍ଟନ କାର୍ଯ୍ୟକ୍ରମଟି ସଫଳତା ର ହୋଇଥିବାରୁ ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ।
(ରିପୋର୍ଟ ସଞ୍ଜିବ କୁମାର ଦାଶ)