ମୋହନାରେ ନିଯୁକ୍ତି, ଜୀବିକା ଓ ଉଦ୍ୟଗୀ ଶିବିର ….
ମୋହନା, ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ପଡ଼ିଆରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ନିଯୁକ୍ତି, ଜୀବିକା ଓ ଉଦ୍ୟୋଗି ଶିବିର ଅନୁଷ୍ଠିତ ହୋଇଯାଇଛି l ବେକାରୀ ସମସ୍ୟା ଦୂର କରିବା ସହ ଜ଼ିଲ୍ଲା ରେ କିଭଳି ଗଞ୍ଜେଇ ଚାଷ ପ୍ରତି ଯୁବକ ମାନେ ଆକୃଷ୍ଟ ନହୋଇ ଆତ୍ମ ନିର୍ଭରଶିଳ ହୋଇପାରିବେ ସେନେଇ ଏହି ଶିବିର ଆୟୋଜିତ ହୋଇଥିଲା l ମିଶନ ଶକ୍ତି ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗଜପତି ଏସପି ସ୍ଵାତି ଏସ୍, କୁମାର ଯୋଗଦେଇ ଜ଼ିଲ୍ଲା ରେ ଗଞ୍ଜେଇ ଚାଷ ରୁ ଯୁବ ଗୋଷ୍ଠୀ ଙ୍କୁ କିଭଳି ଦୁରେଇ ସେମାନଙ୍କୁ ଆତ୍ମ ନିର୍ଭରଶିଳ କରାଯାଇପାରିବ ସେହି ଉଦ୍ଦେଶ୍ୟ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କହିଥିଲେ l ସମ୍ମାନିତ ଅତିଥି ଭାବେ ଗୋପାଳପୁର ଆର୍ମି ଏଡ୍ ଅନୁଷ୍ଠାନ ର ନିର୍ଦ୍ଦେଶକ କର୍ନେଲ ଆନନ୍ଦ ତାଣ୍ଡି ଯୋଗ ଦେଇ ଅଗ୍ନିବିର ମାଧ୍ୟମରେ ଭାରତୀୟ ସେନାରେ ଯୋଗ ଦେବାପାଇଁ ଯୁବକ ଯୁବତୀଙ୍କୁ ଆହ୍ୱାନ କରିଥିଲେ l ଯୁବ ଗୋଷ୍ଠି ସମସ୍ୟା ସଂମ୍ପର୍କରେ ନକହି ସମସ୍ୟାର ସମାଧାନ କିଭଳି ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି l ବିଭିନ୍ନ ଉଦ୍ୟୋଗି ଏବଂ ଶିଳ୍ପ ସଂସ୍ଥା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଯୁବକ ଯୁବତୀ ମାନଙ୍କ ଆବେଦନ ପତ୍ର ଗ୍ରହଣ କରିଥିଲେ l ଶିବିରରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଆର. ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ମୋହନା ବିଡ଼ିଓ ହଳଧର ଶବରଙ୍କ ସମେତ ବହୁ ଜିଲ୍ଲା ସ୍ଥାନୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇଥିବା ବେଳେ ଉଦ୍ୟୋଗୀ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l