May 10, 2026

ବାଲେଶ୍ଵରର‌ କନ୍ୟା , ଲଣ୍ଡନ୍ ର ବର ; ବାଲେଶ୍ୱରରେ ସମ୍ପନ୍ନ ହେଲା ବାହାଘର

IMG-20250208-WA0035
Share

 

ବାଲେଶ୍ଵର: ଝିଅ ଲଣ୍ଡନ୍ ରେ ରହି ପାଠ ପଢିବା ପରେ ଚାକିରୀ କରୁଥିଲେ ପରେ ଜଣେ ବିଦେଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ତା ପରେ ସେହି ବିଦେଶୀ ପୁଅ ପୁରା ଦେଶୀ ବେଶରେ ଝିଅ ଘରର ଦାଣ୍ଡରେ ବର ବେଶରେ ପହଞ୍ଚିଥିଲେ। ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବୈଦିକ ରୀତିରେ ହୋମ ନିଆଁ ଜଳୁଥିଲା, ଦଶଦିଗପାଳକୁ ସାକ୍ଷୀ ରଖି ଉଭୟଙ୍କ ପଡ଼ିଛି ହାତଗଣ୍ଠି। ଝିଅ ଘର ବାଲେଶ୍ୱର ସହରର ଶୋଭାରାମପୁର ହୋଇଥିବା ବେଳେ ପୁଅ ଘର ସୁଦୂର ଲଣ୍ଡନ୍ ରେ। ଶୋଭାରାମପୁର ଅଞ୍ଚଳର କମଳାକାନ୍ତ ଦାସ ଓ ମିନାକ୍ଷୀ ଦାସଙ୍କ ଝିଅ ହେଉଛି ନତାଶା। ନତାଶା ଲଣ୍ଡନ୍ ରେ ରହି ଏମବିଏ କରି ସେଠାରେ ଏକ ହୋଟେଲରେ ମ୍ୟାନେଜର ଭାବେ ଚାକିରୀ କରୁଥିଲେ। ଚାକିରୀ ସମୟରେ ଏକ କଫି ସପ୍ ରେ ଦେଖା ହୋଇଥିଲା ସେଠାକାର ବାସିନ୍ଦା ଲୁକ୍ ଡେଙ୍କ ସହ। ଧୀରେ ଧୀରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ସମ୍ପର୍କ। ଦୁଇବର୍ଷ ଧରି ଉଭୟ ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ନିଷ୍ପତ୍ତି ନେଇଥିଲେ ବିବାହ କରିବେ। ନତାଶା ଓ ଲୁକ୍ ତାଙ୍କ ପରିବାରଙ୍କୁ ଜଣାଇବା ପରେ ଉଭୟଙ୍କ ସହମତିରେ ପ୍ରଥମେ ବାଲେଶ୍ଵର କୋର୍ଟରେ ହୋଇଥିଲା ବିବାହ। ଆଉ ଶେଷରେ ଲୁକ୍ ପୁରା ଦେଶୀ ଷ୍ଟାଇଲରେ ବର ବେଶ ହୋଇ ପହଞ୍ଚିଥିଲେ ଶୋଭାରାମପୁରରେ ନତାଶାଙ୍କ ହାତ ଧରିବାକୁ। ହାତଗଣ୍ଠି ପଡ଼ିବା, ଖଇ ପଡ଼ିବା, କନ୍ୟା ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ରୂପରେ ସ୍ବିକାର କରିବା ଭଳି ସମସ୍ତ ହିନ୍ଦୁ ରିତୀନିତୀ ପାଳନ କରାଯାଇଛି ଏହି ବାହାଘରରେ। ଲୁକ୍‌ ଡେଙ୍କ ବାପା ଆନ୍ଥୋନୀ ଡେ ଥିଲେ ଜଣେ ଭାରତୀୟ। ସେ ଗୋଆ ର ବାସିନ୍ଦା ଥିଲେ। ଆନ୍ଥୋନୀ ଲଣ୍ଡନରେ ଚାକିରି କରିବା ସମୟରେ ଲଣ୍ଡନ୍ ରଝିଅ ଜେରାଲଡ଼ାଇନ୍‌ଙ୍କୁ ପ୍ରେମ ବିବାହ କରି ସେଠାକାର ନାଗରିକତ୍ବ ଗ୍ରହଣ କରିଥିଲେ। ଲୁକ୍‌ ଡେ ଲଣ୍ଡନରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ଭାରତୀୟଙ୍କ ପ୍ରତି ଦୂର୍ବଳତା ରହିଥିଲା। ସେଇଥିପାଇଁ ଏମିତି ଏକ ବିବାହ ସମସ୍ତଙ୍କ ନଜରରେ ବେଶ କୌତୁହଳ ହୋଇ ରହିଛି।