May 10, 2026

ସମାଜସେବୀ ଦାମୋଦର ଦାସ ଙ୍କ ଶ୍ରାଦ୍ଧ ଉପଲକ୍ଷେ ଶୋକସଭା ଅନୁଷ୍ଠିତ

IMG-20250208-WA0033
Share

 

 

ବାଲେଶ୍ଵର: ବିଶିଷ୍ଟ ସମାଜସେବୀ ତଥା ପଛୁଆ ବର୍ଗ ମାନଙ୍କ ନେତା ସ୍ୱର୍ଗତ ଦାମୋଦର ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଏବଂ ତାଙ୍କ ସହଧର୍ମିଣୀ ସ୍ୱର୍ଗତ ବୀଣାପାଣି ଦାସଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଶାସଙ୍ଗ ଜଗନ୍ନାଥପୁର ପାଟଣା ସ୍ଥିତ ବାସଭବନରେ ଆୟୋଜିତ ଶୋକସଭାରେ ମୁଖ୍ୟ ଅତିଥି ଭାବେ ରେମୁଣା ର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗ ଦେଇ ସ୍ୱର୍ଗତ ଦାମୋଦର ଦାସ ଆଦିବାସୀ, ପଛୁଆବର୍ଗ ମାନଙ୍କ ହକ୍ ପାଇଁ ଯେଉଁ ଭଳି ଲଢେଇ କରୁଥିଲେ ତାହା ବାସ୍ତବରେ ସମସ୍ତଙ୍କୁ ମନେ ରହିବ ବୋଲି ସେ ଉଲ୍ଲେଖ କରିଥିଲେ। ସ୍ୱର୍ଗତ ଦାସଙ୍କ ଜ୍ୱାଇଁ ସତ୍ୟନାରାୟଣ ସେଠି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଜିଲ୍ଲା ପରିଷଦ ସଭ୍ୟା ବନଲତା ସେଠୀ, ପୂର୍ବତନ ସରପଞ୍ଚ ଦିଲୀପ ଜେନା, ବିଜେଡିର ପୂର୍ବତନ ପଞ୍ଚାୟତ ସଭାପତି ଦିଜେନ୍ଦ୍ର ଦାସ, ସମାଜସେବୀ ରମେଶ ଦାସ, ଆଇନଜୀବୀ ରବୀନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାସ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ପୁଅ ସରୋଜ କୁମାର ଦାସ, ଝିଅ ମିନାକ୍ଷୀ ସେଠୀ, ମାନସୀ ଦାସ, ରଞ୍ଜିତା ସେଠୀ, ଗୋପୀନାଥ ସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସକ୍ରିୟ ସହଯୋଗ କରିଥିଲେ। ଶାସଙ୍ଗ ଏବଂ ଆଖପାଖ ଅଞ୍ଚଳର ବହୁ ଲୋକେ ସାମିଲ ହୋଇଥିଲେ।